ଗଞ୍ଜାମ ବସ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ : ପରିବହନ ମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟତ ତାର ଲାଗି ଗଞ୍ଜାମ ରେ ହୋଇଥିବା ବସ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ । ଦୁର୍ଘଟଣା ସ୍ଥାନ ଅନୁଧ୍ୟାନ ପରେ ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରାମ୍ୟ ଉନ୍ନୟନ ବିଭାଗର କିଛି ଦୋଷ ନାହିଁଁ । ଶକ୍ତି ବିଭାଗର ହିଁ ଦୋଷ ଦୁର୍ବଳତା ରହିଛି । ଖୁଣ୍ଟ ଝୁଲିକି ଥିବାରୁ ଏପରି ଦୁଃଖଦ ଘଟଣା ଘଟିଛି । ପୁରୁଣା ଖୁଣ୍ଟ ଏବେ ସୁଦ୍ଧା ଝୁଲି ରହିଛି । ଘଟଣା ସ୍ଥଳ ପରିଦର୍ଶନ ପରେ ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ । ଅନ୍ୟପଟେ ପରିବହନ ବିଭାଗର ତଦନ୍ତ ରିପୋର୍ଟ ଆସିସାରିଛି । ରିପୋର୍ଟ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । କିଛି ଲୋକଙ୍କୁ ଦଣ୍ଡବିଧାନ ହୋଇସାରିଛି । ଘଟଣାର ସବିଶେଷ ଅନୁଧ୍ୟାନ ପରେ ଦୋଷ ତ୍ରୁଟି ଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ । କେବଳ ଏତିକି ନୁହେଁ ବସ୍ ଆସୋସିଏସନ୍ ସହ ଆଗକୁ ଆଲୋଚନା ହେବ ।

ରିପୋର୍ଟ : ଆକାଶ ମିଶ୍ର