ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ସାଧାରଣ ନିର୍ବାଚନ । ସାରା ଓଡ଼ିଶାରେ ଚାଲିଛି ରାଜନୈତିକ ଛକା ପଞ୍ଝା । ତିନଟି ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସଙ୍କ ମଧ୍ୟରେ ଜୋର ସୋରରେ ଚାଲିଛି ସଂଘର୍ଷ । ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳର ନେତାମାନେ ନିଜ ନିଜର କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡିର ଦବ ଦବା ରହିଛି । ଅନ୍ୟପଟେ ଗଞ୍ଜାମ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଗର୍ଜିବା ସହ ଭୋଟରଙ୍କୁ ହାତେଇବାରେ ଲାଗିଛି । କିନ୍ତୁ ବିଜେପି ସାରା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଏଥର ନିର୍ବାଚନରେ ବିଜେପି ସରକାର ଗଠନ କରିବା ପାଇଁ ଲାଗିପଡିଛି । ହେଲେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ବିଜେପିର ସ୍ଥିତି ଶୂନ ରହିଥିବା ଜଣାପଡିଛି । କାହିଁକି ନା ଗଞ୍ଜାମ ବିଜେପିର ମୁଣ୍ଡି ଧରିଥିବା ଜିଲ୍ଲା ସଭାପତିଙ୍କ ନେତୃତ୍ୱକୁ ଦଳୀୟ କର୍ମୀ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାର କୌଣସି ବି ବିଜେପି କର୍ମୀ ଓ ନେତା ଜିଲ୍ଲା ସଭାପତିଙ୍କ କାର୍ଯ୍ୟ ସଇଳିକୁ ପସନ୍ଦ କରୁନଥିବା ଶୁଣିବାକୁ ମିଳୁଛି । ଜିଲ୍ଲା ସଭାପତିଙ୍କ ଏଭଳି ନେତୃତ୍ୱରେ ବିଜେପି ନେତା ମାନେ ଅସନ୍ତୋଷ ଥିବା ଜଣାପଡିଛି । ଯାହା ଫଳରେ ଆଗାମୀ ଦିନରେ ସାଧାରଣ ନିର୍ବାଚନକୁ ଦେଖିଲେ ଗଞ୍ଜାମରେ ବିଜେପିର ସ୍ଥିତି କଣ ହେବ ସେନେଇ ଚର୍ଚ୍ଚା ଲାଗିରହିଛି । ତେବେ ଗଞ୍ଜାମରେ ବିଜେପିର ସ୍ଥିତି ସୁଧାରିବାକୁ ହେଲେ ବିଜେପିର ମୁଣ୍ଡି ଧରିବା ପାଇଁ ଜଣେ ଟାଣୁଆ ନେତା ଆବଶ୍ୟକ ବୋଲି ଦଳୀୟ କର୍ମୀଙ୍କ ମଧ୍ୟରେ ଗୁପଚୁପ କଥା ଚାଲିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
I am agree to your writing script. So that we can want to change.
thanks
thanks