ଗଞ୍ଜାମ ଭାରତ ସ୍କାଉଟସ୍ ଓ ଗାଇଡସ ସୁପର ଚମ୍ପିୟାନ ହାସଲ କରିଥିବା ଟିମକୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଭାରତ ସ୍କାଉଟସ ଓ ଗାଇଡସ୍ ୧୭ତମ ରାଜ୍ୟ ସ୍କାଉଟଗାଇଡ଼୍ ଜାମ୍ବୋରେଟରେ ସୁପର ଚମ୍ପିଆନ ସିଲଡ଼୍ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଶିକ୍ଷାଧିକାରୀ ଡଃ. ସନାତନ ପଣ୍ଡା ଜିଲ୍ଲା ସ୍କାଉଟ ଓ ଗାଇଡ଼ ଟିମକୁ ଅଭିନନ୍ଦନ ଜ୍ଞାନ କରିଛନ୍ତି । ଜାମ୍ବେରେଟ ଖୋର୍ଚ୍ଛା ଜିଲ୍ଲାର ବରୁଣେଇ ଠାରେ ରାଜ୍ୟ ଟ୍ରେନିଂ ସେଂଟରରେ ଗତ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରୁ ୭୬ଜଣ ସ୍କୁଉଟ୍, ୫୧ ଜଣ ଗାଇଡ୍, ୧୧ଜଣ ସ୍କାଉଟ ମାଷ୍ଟର, ୬ଜଣ ଗାଇଡ୍ କ୍ୟାପଟେ ଓ ଜଣେ କଂଟିଜେଂଟ୍ ଲିଡର ମୋଟ ୧୪୫ଜଣ ଯାତ୍ରା କରିଥିଲେ । ସେଠାରେ ଜିଲ୍ଲା ଗେଟ୍, ରୁରାଲ ବଜାର, ଏକ୍ସିବିସେନ୍ , ସ୍ମଲି-ଓ-ରାମା, କୁଇଜ, ପେଇଂଟି, ଫୁଡ଼ଭିଲାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରରେ  ସୁପର ଚମ୍ପିଆନ ହୋଇଥିଲା । ସମ୍ପାଦକ ଭାଗିରଥି ସ୍ୱାଇଁ ଓ କଂଟିଜେଂଟ୍ ଲିଡ଼ର ତଥା ସଂଗଠନ କମିଶନର ରାମହରି ସାହୁଙ୍କ ନେତୃତ୍ୱରେ ଯାଇଥିବା ଟିମ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜିଲ୍ଲାର ସମସ୍ତ ସଂଗଠନ ଓ ଅଭିଭାବକ ମଣ୍ଡଳୀ ସାଧୁବାଦ ଜଣାଇଛନ୍ତି । ଜିଲ୍ଲା କମିଶନର ରାମଚନ୍ଦ୍ର ବିଷୋୟୀ, ଜିଲ୍ଲା ସ୍କାଉଟ୍ ମାଷ୍ଟର ଲକ୍ଷ୍ମୀ ନାରାୟଣ ପଣ୍ଡା, ଟ୍ରେନିଂ କାଉନସିଲର ବିକ୍ରମ ମହାରଣା, ସ୍କାଉଟ ମାଷ୍ଟର ବ୍ରଜକିଶୋର ଦାସ, ଶଙ୍କର ପ୍ରସାଦ ପଟ୍ଟନାୟକ, ବୁଡ଼ୁ ସେଠୀ, ବି. ଶ୍ରୀନି ପାତ୍ର, ଲବ ପାଣିଗ୍ରାହୀ, ଭରତ ବିଷୋୟୀ, ଗାଇଡ୍ କ୍ୟାପଟେନ ସୁନିତା ଦେବୀ, ପୂର୍ଣ୍ଣିମା ଆଚାରୀ, ନିନି ସାହୁ, ସାଧନା ପଟ୍ଟନାୟକ, ସୁରଞ୍ଜିନି ସାହୁ ପ୍ରମୁଖ ଅଂଶ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା