ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବ୍ରହ୍ମପୁରର ଗଞ୍ଜାମ ମୁସଲିମ କଲଚରାଲ ଏସୋସିଏସନ ତରଫରୁ ୭୦ତମ ସାଧାରଣତନ୍ତ୍ର ଦିବସ ଚକ୍ରବର୍ତ୍ତୀ ସିଂ ରାଠୋର ମହଦୋୟଙ୍କ କର କମଳରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି କାର୍ଯକ୍ରମରେ ସ୍ଥାନୀୟ ନିବାସୀମାନେ ଏକତ୍ରିତ ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠାନ ତରଫରୁ ସମାଜ ସେଵିମାନଙ୍କୁ ପୁଷ୍ପଗୁଚ୍ଛ ଉପକୋଢନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସମାଜ ଏବଂ ଅନୁଷ୍ଠାନ ପ୍ରତି ନିଃସ୍ୱାର୍ଥ ସେବା ପାଇଁ ମୋଟା ୮ ଜଣ ବ୍ୟକ୍ତି ବିଶେଷଜ୍ଞମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହାଇଦର ସରିଫ, ଅବସର ପ୍ରାପ୍ତ ସିନିୟର ପୋଷ୍ଟ ମାଷ୍ଟର ଏସଆଇଆର ବଖାରି, ଡ଼. ଜେ. ସମେଶ ରାଓ, ସମାଜ ସେବି ସାୟଦ ବଖାରି, ସମାଜସେବୀ ହାଜି ହାରୁନ, ଡ଼. ଏସ ଇସମାଇଲ ଏବଂ ଶିଳ୍ପପତି ତଥା ସମାଜସେବୀ ଏମ.ଏ ରାଜାକଙ୍କୁ ସମ୍ମାନିତ କରାଯାଇଥିଲା । ଏତଦବ୍ୟତୀତ ଅନୁଷ୍ଠାନ ତରଫରୁ ପୂର୍ବରୁ ଆୟୋଜନ କରିଥିବା ଚିତ୍ରାଙ୍କନ ସାଧାରଣଜ୍ଞାନ, ଦେଶାତ୍ମକ ଗୀତ ତଥା ବକୃତା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି ଡ଼. ସୟଦ ଇସମାଇଲ, ସମ୍ପାଦକ ରହିମ ଖାଁ ଯୁଗ୍ମ ସମ୍ପାଦକ ମହମ୍ମଦ ଫାଇଜ ଖାଁ, ପ୍ରଯୋଜନା ସମ୍ପାଦକ ମହମ୍ମଦ ସମୀରଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ସୟଦ ମୁମତାଜ, ଇଲିୟାସ ଆହେମଦ ଖାଁ, ତୌହିଦ ଆହେମଦ, ଏମ.ଏ ଯୀଲାନ, ଏମ.ଏ ରାଜାକ, ଇବ୍ରାହିମ ଖାଁ, ସୟଦ ରହିମ, ମହମ୍ମଦ ଜାମିଲ, ସାୟାଦ ହୁସେନ, ସୟଦ ଅଲିମ, ଏସ.ଏ ସାଦମାନି, ଏସ.ଏ ଖଲିଲ, ଖାଦର ବେଗ, ଭୀଷ୍ମ ଆଚାର୍ଯ୍ୟ ଚୌଧରୀ, ଚନ୍ଦ୍ରମୋହନ ସାହୁଙ୍କ ସମେତ ୫୦୦ରୁ ଉର୍ଦ୍ଧ ସ୍ଥାନୀୟ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନର ଯୁଗ୍ମ ସଂପାଦକ ତଥା ରାଜ୍ୟ ବିଜେଡି ସଂଖ୍ୟା ଲଘୁ ସେଲର ସମ୍ପାଦକ ମହମ୍ମଦ ଫେଜୁଲା ଖାଁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା