

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଗାମୀ ଗଣେଶ ପୂଜା ପାଇଁ ଆରମ୍ଭ ହୋଇସାରିଛି ମୂର୍ତ୍ତି ପ୍ରସ୍ତୁତି କାର୍ଯ୍ୟକ୍ରମ । ଅତି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ମୂର୍ତ୍ତି ଦେଖିବାକୁ ମିଳିଛି ବ୍ରହ୍ମପୁରର ଶିଳ୍ପାଞ୍ଚଳ ସ୍ଥିତ ବିକାଶ ମୂର୍ତ୍ତି ସେଣ୍ଟର ଠାରେ । ସେଠାରେ ଛୋଟ ଠାରୁ ଆରମ୍ଭ କରି ବଡ ବଡ ମୂର୍ତ୍ତି ବିଭିନ୍ନ ପ୍ରକାରର ଷ୍ଟାଇଲରେ ଅତି ସୁନ୍ଦର ଭାବେ କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାହକମାନଙ୍କ ସୁଅ ବହୁ ମାତ୍ରାରେ ଛୁଟୁଥିବା ଦେଖିବାକୁ ମିଳିଛି । ଏହାସହ ବ୍ରହ୍ମପୁର ଓ ବ୍ରହ୍ମପୁର ବାହାରୁ ବି ଗ୍ରାହାକମାନେ ଆସି ମୂର୍ତ୍ତି ନେଉଥିବା ଜଣାପଡିଛି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ


