

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଣ୍ଡଳା ସ୍ଥିତ ଗଣେଶ ବିଦ୍ୟାପୀଠର ୬୦ତମ ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ରାମଚନ୍ଦ୍ର ବିଷୋୟୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ବେଲେଶ୍ୱର ମହାବିଦ୍ୟାଳୟ (ବେଲଗାଁ)ର ଇତିହାସ ଅଧ୍ୟାପକ ଗୋପାଳ କୃଷ୍ଣ ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ବିଷୋୟୀ ଓ ହିଂଜିଲିକାଟୁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଏସ. ରୁଷିଆ ଯୋଗଦେଇ ନିଜ ନିଜ ଭାଷଣରେ କହିଥିଲେ ଯେ ଶିଶୁମନ୍ଦିରରେ ପିଲାଙ୍କୁ ପଢ଼ାଇଲେ ଯେପରି ଅଭିଭାବକ ଦାୟିତ୍ୱ ନେଉଛନ୍ତି ସେହିପରି ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ମାନେ ଠିକ ସେ ଦାୟିତ୍ୱ ନେଲେ ନିଶ୍ଚିତ ପିଲାର ଭଲ ପାଠ ହେବ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା