ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଣ୍ଡାହାତୀ ପଞ୍ଚାୟତରେ ଥିବା ପର୍ଯ୍ୟଟନ ସ୍ଥାନ ଜଳପ୍ରପାତ ଗଣ୍ଡାହାତୀ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥିଲା । ଗତ କିଛିଦିନ ହେଲା ଅଞ୍ଚଳରେ ଶୀତର ପ୍ରକୋପ ବେଶୀ ନଥିଲେ ମଧ୍ୟ ତାପମାତ୍ର ୧୮ଡିଗ୍ରୀ ରହିଆସୁଛି ଯାହା ଫଳରେ ଶୀତର ମଜା ନେବା ପାଇଁ ବହୁ ସଂଖ୍ୟାରେ ପାର୍ଯ୍ୟଟକ ଗଣ୍ଡାହାତୀ ଆସୁଛନ୍ତି । ଯେଉଁଠି ବି ଦେଖିବେ ପିକନିକ ପାର୍ଟି ଓ ଡିଜେ ଗୀତ ନାଚରେ ପୁରା ଗଣ୍ଡାହାତୀ ହୁଲଚୁଲ । ଗଣ୍ଡାହାତୀ ଜଳପ୍ରପାତ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ପ୍ରବଳ ଭିଡ । ପାରଳାଖେମୁଣ୍ଡି ଠାରୁ ମାତ୍ର ୩୫ କିଲୋମିଟର ଗଣ୍ଡାହାତୀ କିଛି ପର୍ଯ୍ୟଟକ କହିଛନ୍ତି ଏଠିକାର ପରିବେଶ ନିଆରା ଓ ବହୁ ମନୋରଞ୍ଜନ କରିଲା ଭଳି ସ୍ଥାନ ରହିଛି କିନ୍ତୁ ରାସ୍ତାର ସମସ୍ୟା ରହିଛି ଯଦି ରାସ୍ତାର ମରାମତି ଠିକ ସେ ହୁଏ ପର୍ଯ୍ୟଟକଙ୍କ ଭିଡ଼ ଆହୁରି ବଡିବ ବୋଲି କିଛି ପର୍ଯ୍ୟଟକ ଜଣାଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା