ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜି ଲୋକସଭାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉପରେ ସଂଶୋଧିତ ବିଲ୍‌ ପାସ୍‌ ହୋଇଛି । ବିଲ୍‌ରେ ଥିବା ଆର୍ଥିକ ପଛୁଆ ବର୍ଗଙ୍କ ଲାଗି ୧୦ ପ୍ରତିଶତ ଆରକ୍ଷଣ ବାବଦରେ ଘମାଘୋଟ୍‌ ତର୍କ-ବିତର୍କ ପରେ ପରେ ଏହି ବିଲ୍‌ ପାରିତ ହୋଇଛି । ଏହା ପରେ ଆଜି ଲୋକସଭାକୁ ସ୍ଥଗିତ ରାଯାଇଛି । ଏହାକୁ ସମ୍ବିଧାନର ୧୨୪ତମ ସଂଶୋଧନ କୁହାଯାଉଛି । ଦୀର୍ଘ ସମୟ ବିତର୍କ ପରେ ଏନେଇ ଭୋଟିଂ ହୋଇଥିଲା । ବିଲ୍‌ ସପକ୍ଷରେ ୩୨୩ଟି ଭୋଟ୍‌ ପଡ଼ିଥିବା ବେଳେ ଗୃହରେ ମାତ୍ର ୩ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ । ଏହି ବିଲକୁ ବିରୋଧ କରି ଏଆଇଏଡିଏମକେ କକ୍ଷ ତ୍ୟାଗ କରିଥିଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ବାବଦରେ ସଂରକ୍ଷଣ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ସରକାରୀ ନିଯୁକ୍ତି ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା କ୍ଷେତ୍ରରେ ସାଧାରଣ ବର୍ଗର ଅନଗ୍ରସର (ଆର୍ଥିକ ଦୃଷ୍ଟିରୁ ଦୁର୍ବଳ) ଲୋକଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯିବା ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସମ୍ବିଧାନରେ ସଂଶୋଧନ କରିବା ଉଦ୍ଦେଶ୍ୟରେ ଲୋକସଭାରେ ଆଜି ବିଲ ଆଗତ କରାଯାଇଥିଲା ।

ରିପୋର୍ଟ : ବ୍ୟୁରୋ ଚିଫ ବି.ସୁଧାଂଶୁ ଶେଖର