ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଶଶୁର ଗିରଫ ଆହୁରି ଗିରଫ ହେବେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଆର୍ଯ୍ୟପାଲ୍ଲୀ ମେରାଇନ ଥାନା ବଡଆର୍ଯ୍ୟପଲ୍ଲୀ ଗାଁର ପି. ରାମାୟାଙ୍କ ସ୍ତ୍ରୀ ପି. କାଲାମ୍ମା ରବିବାର ସଂଧ୍ୟାରେ ପୋଡି ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ସେଠାରୁ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା । କାଲାମ୍ମା  ଗର୍ଭବତୀ ଥିଲେ ବୋଲି ତାଙ୍କ ବାପଘର ଲୋକଙ୍କ ପକ୍ଷରୁ କୁହାଯାଇଛି । ଶାଶୁ ଘର ଲୋକେ କିରୋସିନ ଢାଳି ନିଆଁ ଲଗାଇ ଝିଅକୁ ମାରି ଦେଇଥିବା ନେଇ କାର୍ଲାମ୍ମାଙ୍କ ବାପା ତଥା ବଡ଼ଆର୍ଯ୍ୟପଲ୍ଲୀ ଗାଁର ଏ ମୋହନ ରାଓ ଆର୍ଯ୍ୟପାଲ୍ଲୀ ମେରାରନା ଥାନାରେ ଏତଲା ଦେଇଥିଲେ । ଏହାକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଏହି ମାମଲାରେ ପୋଲିସ ଗତକାଲି କାଲାମ୍ମାଙ୍କ ସ୍ୱାମୀ ପି ରାମାୟା ଓ ଶାଶୁ ପି ଦିଲାମ୍ମାଙ୍କୁ ଗିରଫ କରିଛି
। ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା