ମା ଏହି ଡାକ ପ୍ରତେକ ନାରୀ ଜୀବନରେ ବଞ୍ଚିବାର ଏକ ନୂତନ ଆଶା ସଞ୍ଚାର କରିଥାଏ । ସେହି କରୁଣା ମଇ ଜଗତଧାତ୍ରୀ ଯାହାର କୋଳରେ ମୁଣ୍ଡ ଥୋଇ ଦେଲେ ସବୁ ଦୁଖଃ ଓ କଷ୍ଟ ଦୂର ହୋଇଯାଏ । ମା ଏକ ନିବିଡ଼ତା ଓ ସୁରକ୍ଷାର ବଳୟ । ମା ସେତ ଜୀବନ ଓ ଜନ୍ମର ବାସ୍ତବ ଆଇନା ଯାହାର ପୃଥିବୀ ଠାରୁ ମହାକାଶ ପର୍ଯ୍ୟନ୍ତ ଯାହାର କୌଣସି କଳନା କରାଯାଇ ନପାରେ । ଜଣେ ନାରୀ ଯେତେବେଳେ ପ୍ରଥମ ଥର ଜାଣିପାରେସେ ମା ହବାକୁ ଯାଉଅଛି । ସେହିଦିନଟି ତା ଜୀବନରେ ସବୁବେଳେ ଚିର ସ୍ମରଣୀୟ ହୋଇ ରହିଥାଏ । ଯେତେବେଳେ ଆମ ଘରେ କୋଣସି ଶୁଭ କାର୍ଯ୍ୟ କିମ୍ବା ପୂଜା ହୋମରେ ଆମେ ପଞ୍ଚାମୃତର ବ୍ୟବହାର କରିଥାଉ । କିନ୍ତୁ ଗୋଟିଏ ନାରୀର ଗର୍ଭବସ୍ଥା ସମୟରେ ସେହି ପଞ୍ଚାମୃତର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଯଥା===
କ୍ଷୀର – ଔଷଧ ଶାସ୍ତ୍ରରେ ଏହା ସମ୍ପୁର୍ଣ୍ଣ ଖାଦ୍ୟ ହିସାବରେ ବିବେଚିତ ଏଥିରେ ସମସ୍ତ ପ୍ରକାର ଭିଟାମିନ୍, କ୍ୟାଲସିୟମ, ମିନେରାଲ ଆଦି ମିଳିଥାଏ ।
ଦହି – ଏକ କ୍ଷୀର ଜାତୀୟ ପଦାର୍ଥ ଯାହା ପଚନରେ ସହାୟକ ।
ଘିଅ – ଏହା ଶରୀରର ପୋଷକ ତତ୍ୱ ରୁପେ କାର୍ଯ୍ୟକରେ ।
ଗୁଡ ଓ ମହୁ – ମିତ୍ରଳ ଗୁଣ ଯୁକ୍ତହେତୁ ଗର୍ଭ ଅବସ୍ଥାରେ ଉତ୍ପନ୍ନ ଶୋଥ (ପଦ ଫୁଲିବା)ଆଦି ନିୟନ୍ତ୍ରଣ କରେ ।
ଏହି ୫ଟି ପଦାର୍ଥର ମିଶ୍ରଣ ଗର୍ଭବସ୍ଥାରେ ରକ୍ତହୀନତା, ଶୋଥ, ରକ୍ତ ଚାପ ଓ ଓଜନ ହ୍ରାସ କରିବାରେ ଯଥେଷ୍ଟ ସମର୍ଥ । ଦୈନିକ ଜୀବନରେ ମତା ଭୋଜନ ସହିତ ଏହାକୁ ଖାଇବା ଦ୍ୱାରା ପଂଚାମୃତ ଉଭୟ ମାତା ଓ ଶିଶୁ ନିମନ୍ତେ ଉପାଦେୟ ।
ଉପସ୍ଥାପନା : ଡ଼ା. ଶିବାନୀ ଦାଶ
ବି.ଏ.ଏମ୍.ଏସ୍.ଏମ୍.ଏସ୍
(ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ, ଏମକେସିଜି ବ୍ରହ୍ମପୁର)
ରିପୋର୍ଟ : ନିଲୁ ବିଷୋୟୀ