ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆର ମାଳିପାଳସ୍ଥିତ ଗହିରାଖାଳ ଉପରେ ୬କୋଟି ୯ଲକ୍ଷ ୫୦ହଜାର ଟଙ୍କା ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ରାଇବଣିଆର ଦକ୍ଷିଣପ୍ରହରାଜ, ଶ୍ରୀରାମପୁର, କ୍ଷୁଦିଆମାଝିସାହି, ଓଲମରା, ମାକିଡିଆ ପଂଚାୟତର ଲୋକେ ଯାତାୟାତ ଲାଗି ଏହି ଖାଳ ଉପରେ ଥିବା ବିପଦପୁର୍ଣ୍ଣ ହୋଇଥିବାରୁ ସେଠାରେ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିଲା । ସେଠାରେ ଆୟୋଜିତ ସଭାରେ ଜୟନ୍ତ ଦାସ ଅଧିକାରୀ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ଅଶ୍ୱିନୀ ପାତ୍ର ଗତ ବର୍ଷା ଋତୁରେ ସେ ଏହି ଖାଳ ନୌକାରେ ପାରିହେବା ବେଳେ ଜନସାଧାରଣଙ୍କ ଜନସାଧାରଙ୍କ ଯାତାୟାତର ବ୍ୟାଘାତ ଦେଖି ପ୍ରତିଶୃତି ଦେଇଥିଲେ ବୋଲି କହିଥିଲେ । ସେଠାରେ ଅନ୍ୟ ଏକ ପୋଲର ଆବଶ୍ୟକତା ଥିବାରୁ ତାହାମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଆରମ୍ଭ ହେବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସରପଂଚ ଆରତୀ ଗିରି, ଦକ୍ଷିଣ ପ୍ରହରାଜପୁର ସରପଂଚ ସତ୍ୟନାରାୟଣ ଦାସ, ଆଲୋକ ଗିରି, ମାନସ ଜେନା, ନଗେନ୍ଦ୍ର ଜେନା, ଭୁପତି ମିର୍ଦ୍ଧା, ବ୍ରିଜେସ ରଣା ଉପସ୍ଥିତ ଥିଲେ । ଏହି ପୋଲ ଆର୍ଡି ବିଭାଗ ଦ୍ୱାରା ନିର୍ମାଣ ହେଉଥିବାରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ସାହୁ, ଜେଇ ବିଜୟ କୁମାର ଦାସ, ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ, ଗୌରୀଚରଣ ଗିରି ସୁଜୟ କୁମାର କରଣ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ବର୍ଷାଋତୁ ସୁଦ୍ଧା କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିବାରୁ ସ୍ଥାନୀୟ ବାସିନ୍ଦା ଗୁଣାଧର ଭୂୟାଁ ବିଧାୟକ ଓ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ରାମଚନ୍ଦ୍ର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଖୁଆଡ-କେନ୍ଦୁ ଖୁଣ୍ଟା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସ୍ଥାନୀୟ ଏକ ଖାଳ ଉପରେ ଅନ୍ୟଏକ ପୋଲ ନିର୍ମାଣ ଲାଗି ୨କୋଟି ୬୩ଲକ୍ଷ ୩୩ହଜାର ଟଙ୍କା ମଂଜୁର ହୋଇଥିବାରୁ ବିଧାୟକ ଅଶ୍ୱିନୀ ପାତ୍ର ସେଠାକାର ପୋଲର ଭିତ୍ତିତପ୍ରସ୍ତର ସ୍ଥାପନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା