ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ପୁରୁଷୋତ୍ତମପୁର ବ୍ଲକ ସମା ଗ୍ରାମ ପଞ୍ଚାୟତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ସମ୍ମା, ଖତାଡି, ବରପଲ୍ଲୀ, କୁସାପଟା, ସିଂଗିପୁର, ଗାଁ କଲ୍ୟାଣ ସମିତି ସମସ୍ତ ମିଳିତ ଆନୁକୂଲ୍ୟରେ ସାମୁହିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ, ଜନସ୍ୱାସ୍ଥ୍ୟ ସଚେତନତା(ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ) ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଡ଼ି.ଆର.ଡି.ଏ ଛତ୍ରପୁର, ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମା ଗ୍ରାମ ପଞ୍ଚାୟତ ସରପଞ୍ଚ ନୀଳିମା ବିଷୋୟୀ ସଭାପତିତ୍ୱ କରିଥିଲେ । ସମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡା. ରବିନ୍ଦ୍ରନାଥ ଗନ୍ତାୟତ ସଭା ପରିଚାଳନା କରିଥିଲେ । ଏହି ସଭାରେ ଏଡିପିଏଚ ଡା. ଅବନୀ କୁମାର ପାତ୍ର, ଭାଟକୁମରଡା ସିଏଚସି ସ୍ୱାସ୍ଥ୍ୟ ଅଧିକାରୀ ଡା. ବି. କ୍ରିଷ୍ନା, ପୁରୁଷୋତ୍ତମପୁର ବ୍ଲକ ସିଡିପିଓ ସବିତା ଚ୍ୟାଉ ପଟ୍ଟନାୟକ ଓ ସୁପରଭାଇଜର ମଧୁଲିକା ପାତ୍ର, ଜିଲ୍ଲା ଗାଁ କଲ୍ୟାଣ ସମିତି ସହପରିଚାଳକ ସଞ୍ଜୟ ପରିଡା, ଜିଲ୍ଲା ଆଶା ସେହପରିଚାଳକ ଆଶିଷ ମିଶ୍ର, ପିଏଚଇଓ ନମିତ ପାତ୍ର, ସ୍ୱାସ୍ଥ୍ୟ ସୁପରଭାଇଜର ପ୍ରବୀର ପାତ୍ର ଓ ସମା ଗ୍ରାମ ସମିତି ସଭ୍ୟ ମନୋଜ ଭୂୟାଁ ପ୍ରମୁଖ ସମ୍ମନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ଅଳକା ରାଣୀ ମିଶ୍ର, ବିଜୟ ଲକ୍ଷ୍ମୀ ସାହୁ, ମନ୍ଦାକିନୀ ଦେବକୀ, ବନିତା ବେହେରା ଏବଂ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏସ.ସଞ୍ଜୟ ରେଡ୍ଡୀ ଓ ଶୁକଦେବ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହାସହ ସମସ୍ତ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ବିଜୁ ଯୁବ ବାହିନୀ, ସ୍ୱୟଂ ସହାୟିକା ମହିଳା ସଂଘ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ସଭାରେ ଉପସ୍ଥିତ ରହିଥିଲେ ବୋଲି ସମା ଗ୍ରାମ ପଞ୍ଚାୟତର ସରପଞ୍ଚ ନୀଳିମା ବିଷୋୟୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା