ଗାଁ ରାସ୍ତା ମଝିରେ ପାଣି:ଲୋକେ ରୋଗ ଗ୍ରସ୍ତ ହେବା ସହ ବହୁ ସମସ୍ୟାର ସମ୍ମୁଖନ ହେଉଥିବା ଅଭିଯୋଗ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମରେ ବର୍ଷା ପାଣି ଗାଁ ମଝି ରାସ୍ତା ଉପରେ ଜମି ରହିବା ଦ୍ଵାରା ଛୋଟଛୋଟ ପିଲା, ଗର୍ଭବତୀ ମହିଳା ଓ ବୃଦ୍ଧା ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି । ଏଥିପାଇଁ ଗ୍ରାମବାସୀମାନେ ବାରମ୍ବାର ବ୍ଲକ ପ୍ରଶାସନ, ପଂଚାୟତ ପ୍ରଶାସନର ଦ୍ଵାରାସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗାଁ ଦାଣ୍ଡର ମୁଖ୍ୟ ରାସ୍ତା ଏପରି ଶୋଚନୀୟ ହୋଇପଡିଛି ଯେ ଏହି ରାସ୍ତା ଦେଇ ଦୁଇ ଚକିଆ ଯାନ ଏବଂ ସାଇକେଲଟି ବି ସୁରକ୍ଷିତରେ ଯିବା ସମ୍ଭବ ହୋଇପାରୁନାହିଁ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ରୋଗକ୍ରାନ୍ତ ବୃଦ୍ଧ ବୃଦ୍ଧାମାନେ ଏହି ରାସ୍ତାରେ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସଦର ପାରଳାଖେମୁଣ୍ଡି ମାତ୍ର କିଛି କିଲୋମିଟର ଦୂରତାରେ ଗାଇବା ଗ୍ରାମ ରହିଛି କିନ୍ତୁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବ ଅଭିଯୋଗ କରିଛନ୍ତି ଗ୍ରାମବାସୀ ସୁବାସ ଚନ୍ଦ୍ର ଲିମା, ରଞ୍ଜନ ବେବର୍ତା, ଲୁଲୁ, ଲିମା ଷ୍ଟିଫାନ ବର୍ଦ୍ଧନ ।

ରିପୋର୍ଟ : କୃଷ୍ଣ କୁମାର ବେହେରା