

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାନେଟ ନିକଟ ନାଳରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରଳାଖେମୁଣ୍ଡି ଠାରୁ ନବରଙ୍ଗପୁର ଯାଉଥିବା ସପ୍ତଗୀରି ନାମକ ଏକ ଘରୋଇ ବସର ହେଲପେର ବସ ଟିକୁ ଧୋଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ଜଣେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ନାଇରା ଗ୍ରାମର ଦୀନବନ୍ଧୁ ବୋଲି ଜଣାପଡ଼ିଛି । ସବୁଦିନ ଭଳ ନିୟମିତ ବସଟି ଧୋଇବା ପାଇଁ ସେଠାକୁ ଯାଇଥିଲା କିନ୍ତୁ ରାସ୍ତା ପ୍ରଶସ୍ତିକରଣ ହୋଇଥିବା ଏବଂ ବିଜୁଳି ଖୁଣ୍ଟି ପୁରୁଣା ଜାଗାରେ ରହିଥିବା ବେଳେ ଡ୍ରାଇଭର ରାସ୍ତା କଡ଼ରେ ବହିକୁ ନେଇ ରଖିଥିବା ଫଳରେ ୧୧ କେଭି ବିଦ୍ୟୁତ ତାରଟି ଲାଗିଯାଇଥିଲା ଯାହାକି କେହି ଜାଣି ନଥିଲେ । ହେଲପର ଜଣକ ବସକୁ ଧୋଇବା ବେଳେ ପାଣି ଓ ବିଦ୍ୟୁତର ସଂଯୋଗ ହୋଇଥିବା ଫଳରେ ଘଟଣାସ୍ଥଳରେ ହେଲପର ଦିନବନ୍ଧୁଙ୍କ ଜିବନ ଚାଲିଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।
ରିପୋର୍ଟ : ଆମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ କୃଷ୍ଣ କୁମାର ବେହେରା
