

ଛତ୍ରପୁର (ସମୃଦ୍ଧ ଓଡିଶା) ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପାଳନ ଅବସରରେ ଏନୱାଇକେ (NYK) ପୌରହିତ୍ୟରେ ଛତ୍ରପୁର କ୍ରାନ୍ତୀବୀର ଯୁବଛାତ୍ର ସଂଘ ପକ୍ଷରୁ ପିଟ ଇଣ୍ଡିଆ ରୋନ୍ ଏବଂ ପ୍ଲାଷ୍ଟିକ ପ୍ରୀ ଇଣ୍ଡିଆ (fit-india run & plastic free india) କାର୍ଯ୍ୟକ୍ରମର campaign ପାଇଁ ଛତ୍ରପୁର ମହିଳା ମହାବିଦ୍ୟାଳୟ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁରର ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ ଯୋଗ ଦେଇ ଗାନ୍ଧୀଙ୍କ ଆଦର୍ଶ ସ୍ୱପ୍ନର ଭାରତ ଉପରେ ଆଲୋକପାତ କରି ବର୍ତ୍ତମାନ ଭାରତ ବର୍ଷର ସବୁଠାରୁ ବଡ ସମସ୍ୟା ହେଲା ପ୍ଲାଷ୍ଟିକ ଏବଂ ପଲିଥିନ ଆବର୍ଜନା ଯାହାକି ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହାକୁ ନେଇ ସଚେତନତା ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ କିଭଳି ଭାରତବର୍ଷ ଓ ଛତ୍ରପୁରର ପରିବେଶ ପ୍ଲାଷ୍ଟିକ ମୁକ୍ତ ସୁସ୍ଥ ସୁନ୍ଦର ପରିବେଶ ହୋଇ ଗଢିଉଠିବ ତାହାକୁ ନେଇ ସଂଘଠନର ଓ ଛତ୍ରପୁରର ସମସ୍ତ ଯୁବକ ଛାତ୍ର ପ୍ରତିବଦ୍ଧତା ଗ୍ରହଣ କରି ଶପଥ ନେଇଥିଲେ । ଏହାପରେ ସେହି କଲେକ୍ଟରଙ୍କ ବଙ୍ଗଳା ସାମ୍ନାରୁ ବିଭିନ୍ନ ସଚେତନତା ସ୍ଲୋଗାନଦେଇ ରାଲି ବାହାରି ଅନସ୍ଲ ଗ୍ରାଉଣ୍ଡ ଅଭିମୁଖେ ବାହାରିଥିଲା । ଆନସ୍ଲୋ ଗ୍ରାଉଣ୍ଡରେ ପହଞ୍ଚିଲା ପରେ ପିଟ ଇଣ୍ଡିଆ ରୋନ୍ କାର୍ଯ୍ୟକ୍ରମ ହୋଇ ଶେଷ ହେବାପରେ ସେଠାରେ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତ ଯୁବକ ମାନେ ଅନସ୍ଲୋ ଖେଳ ପଡିଆରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଭିଷେକ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ମହେଶ ଗୌଡ ସଂପାଦନା କରିଥିଲେ ଏବଂ ରାକେଶ ଅଚାର୍ଯ୍ୟ, ଅମିତ ପୋଲେଇ, ବଳିଆ ବେହେରା, ମାନସ ଗୌଡ, ଓ ଶେଷରେ ସଂଘ ସଭାପତି ଇଜୁ ଆମିନ୍ ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



