ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗିରିଜା ଯୁବକ ସଂଘ, କନ୍ୟାରି ଏବଂ ଉତ୍କଳ ଛାତ୍ର ସଂଗଠନ, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ କନ୍ୟାରି ଗ୍ରାମ ପଞ୍ଚାୟତର ଗିରିଜା ପାହାଡ଼(ସୁବଳୟା)ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷକ ବଳରାମ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ, ଅବସରପ୍ରାପ୍ତ ସେନା ବାହିନୀ ଅଧିକାରୀ ସ୍ୱଦେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଏବଂ ବୃକ୍ଷ ରୋପଣର ମହତ୍ତ୍ୱ ସମ୍ପର୍କରେ କହିଥିଲେ । ଏହାପରେ ପାହାଡ଼ରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ପ୍ରକୃତି ପ୍ରେମୀ ଏ. ବ୍ରହ୍ମାନନ୍ଦ ଆଚାରୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗିରିଜା ଯୁବକ ସଂଘର ସଭାପତି ରବୀନ୍ଦ୍ର ନାୟକ, ସମ୍ପାଦକ ସମୀର ପ୍ରଧାନ, ସଦସ୍ୟ ଅଜିତ କୁମାର ସାହୁ, ନୀଳକଣ୍ଠ ପ୍ରଧାନ, ମିଥୁନ କୁମାର ସାହୁ, ପପୁନ ବେହେରା, ଆଲୋକ କୁମାର ପ୍ରଧାନ, ଦୀପକ ପ୍ରଧାନ, ପଦ୍ମନାଭ ପ୍ରଧାନ, ସାଗର ପ୍ରଧାନ, କାହ୍ନୁ ଚରଣ ପ୍ରଧାନ, ଉତ୍କଳ ଛାତ୍ର ସଂଗଠନର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ସଚିବ ଗଣେଶ ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ