ଗୁଜୁରାଟରେ ହେଉଥିବା ସର୍ବଭାରତୀୟ ଯାଦୁକର ସମ୍ମିଳନୀରେ ଢେଙ୍କାନାଳରୁ ସାତଜଣ ଯାଦୁକର ପ୍ରତିନିଧିତ୍ଵ କରୁଛନ୍ତି…

ଢେଙ୍କାନାଳର ୭ ଯାଦୁକର ଗୁଜୁରାଟ ଯାଉଛନ୍ତି  

ଢେଙ୍କାନାଳ (ଶୁଭମ ପାଣି) ଗୁଜୁରାଟର  ସୁରତରେ  ଗୁଜୁରାଟ ମ୍ୟାଜିକ ଆର୍ଟ ସର୍କଲ ଦ୍ୱାରା ଆୟୋଜିତ ହୋଇଥିବା ସର୍ବଭାରତୀୟ ଯାଦୁକର ତଥା ମ୍ୟାଜିକ ସମ୍ମିଳନୀରେ ଯୋଗଦେବାକୁ ଢେଙ୍କାନାଳରୁ ସାତଜଣ ମ୍ୟାଜିକବାଲା ଗତକାଲି ସୁରତ ଯାଇଛନ୍ତି । ଏଥିରେ ବିଚିତ୍ର ଦୁନିଆର ସମ୍ପାଦକ ବଦ୍ରିନାରାୟଣ ମିଶ୍ର, ସଭାପତି ଏସ ନିତ୍ୟାନନ୍ଦ ଯାଦୁକରଙ୍କ ନେତୃତ୍ୱରେ ଲକ୍ଷ୍ମୀ ପ୍ରସାଦ ପଟନାୟକ ନିର୍ମଳ ଚନ୍ଦ୍ର ପଣ୍ଡା, ନକୁଳ ଚରଣ ସାହୁ, ହରମୋହନ ମିଶ୍ର, ସ୍ଵପ୍ନେଶ୍ଵର ଦାସ ପ୍ରମୁଖ ୭ ଜଣ ଯାଦୁକର ଓଡିଶାରୁ ପ୍ରତିନିଧିତ୍ଵ କରିଛନ୍ତି । ସୁରତରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ଯାଦୁକର ମାନେ ଯୋଗଦେଉଥିବା ଜଣାପଡିଛି । ଯାଦୁ ବିଦ୍ୟାର ନୂତନ କୌଶଳୀ, ସମାଜ ପ୍ରତି ଅବଦାନ, ଅଧିକ ମନରଂଜନ ପାଇଁ ନୂତନ ପ୍ରୟୋଗ ଉପରେ ଗବେଷଣା ତଥା ଆଲୋକପାତ କରିବେ ବିଶ୍ୱବିଖ୍ୟାତ ଯାଦୁକର କେ.ଲାଲଙ୍କ ସ୍ମୃତି ଉଦ୍ଧେଷ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ବିଖ୍ୟାତ ଯାଦୁକର ଜୁନିୟର କେ.ଲାଲ, ସି.ଏଚ. ଶ୍ୟାମ, ସୁରେଶ ରାଜପୁତ ଆଦି ଅନେକ ପ୍ରଖ୍ୟାତ ପୁରୁଷ, ମହିଳା, ଶିଶୁ  ଯାଦୁକର ମାନେ ଯୋଗଦେଇ ତାଙ୍କର ମନରଂଜନ ପରିବେଷଣ କରିବେ ବୋଲି ଜଣାପଡିଛି । ତେବେ ଏହି ଯାଦୁକର ମାନଙ୍କୁ ଓଡିଶା ଅଭିନନ୍ଦନ ଜଣାଉଛି ।