ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲାର ସର୍ବାଧିକ ଓଡିଆ ଗୁଜୁରାଟରେ କାର୍ଯ୍ୟ କରୁଛନ୍ତି ଏବଂ ଗୁଜୁରାଟ ସରକାର ଓଡିଆମାନଙ୍କ ହିତରେ ଅନେକ କାର୍ଯ୍ୟ କରିଥିବାରୁ ଗଂଜାମବାସୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ରୂପାନୀ ଓଡିଆମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ନେଇ ଓଡିଆ ଭାଷାକୁ ପ୍ରାଧାନ୍ୟ ଦେଇ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଖିବା ୭ଟି ସ୍କୁଲକୁ ଗୁଜୁରାଟ ସରକାର ମାନ୍ୟତା ଦେଇଛନ୍ତି । ଓଡିଆମାନଙ୍କୁ ପ୍ରାଥମିକ ବ୍ୟବସ୍ଥା ତଥା ବିଜୁଳୀ, ପିଇବା ପାଣି, ଗମନାଗମନ, ସ୍ୱାସ୍ଥ୍ୟବସ୍ଥା ଯୋଗାଇବାକୁ ଯାଇ ସୁରତ କର୍ପୋରେସନ ୨୦ କୋଟିରୁ ଉଦ୍ଧ୍ୱର୍ ରାଶି ଖର୍ଚ୍ଚ କରିଛି । ଆଗାମୀ ଦିନରେ ଓଡିଆମାନଙ୍କୁ ଟ୍ରାନଜିଟ୍ ହାଉସ ଯୋଗାଇଦେବା ପାଇଁ କାର୍ଯ୍ୟ କରୁଛି । ଏହି ସବୁ କାର୍ଯ୍ୟ ନିଃସ୍ୱାର୍ଥପର ଭାବେ ଗୁଜୁରାଟ ସରକାର ଓଡିଆମାନଙ୍କ ପାଇଁ କରୁଥିବାରୁ ଗଂଜାମବାସୀ ଶ୍ରୀ ରୂପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ରୂପାନୀଙ୍କୁ ଭେଟିବା ସମୟରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ବିଭୂତିଜେନା, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାସ, ବ୍ରହ୍ମପୁର ଜିଲ୍ଲା ସଭାପତି କାହ୍ନୁ ପତି, ରଂଜନ ପଲେଇ, ଅନୀଲ ଦାସ, ମନୋରଂଜନ ଦ୍ୟାନସାମନ୍ତରାୟ, ଗୋକୁଳାନନ୍ଦ ମଲ୍ଲିକ, ପ୍ରକାଶ ନାୟକ, ପ୍ରତାପ ନାୟକ, ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ :ଆକାଶ ମିଶ୍ର