ଗୁଣାତ୍ମକ ଶିକ୍ଷାରେ ତ୍ରୁଟି ସୁଧାରି ପ୍ରଧାନ ଶିକ୍ଷକ ନିଯୁକ୍ତି ହେଉ : ଓଷ୍ଟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ପରିସ୍ଥିତିରେ ସରକାର ଗୁଣାତ୍ମକ ଶିକ୍ଷାପ୍ରତି ଗୁରୁତ୍ୱ ଦେବା ପ୍ରଣିଧାରନଯୋଗ୍ୟା କିନ୍ତୁ ଏଥିରେ ଥିବା ତ୍ରୁଟି ସଂଶୋଧନ ହେବା ଆବଶ୍ୟକ । ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଓ ବିଶୟ ଭିତ୍ତିକ ଶିକ୍ଷକ ତଥା ଗ୍ରେଡେସନ ଅନୁଯାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଗଲେ ଗୁଣାତ୍ମକ ଶିକ୍ଷା ଲାଗି ସରକାର ପ୍ରୟୋଗ କରୁଥିବା ନୂତନ ନିୟମ ଫଳପ୍ରଦ ହେବ ବୋଲି ବାଲେଶ୍ୱର ଜିଲା ଓଷ୍ଟାର ସମ୍ପାଦକ ମନୋରଂଜନ ଦାସ ଆଜି ଏଠାରେ ସୂଚନା ଦେଇଛନ୍ତି । ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି କରାନଯାଇ ଭିତ୍ତିଭୂମୀ ବିକାଶ ନାମରେ ବ୍ୟାପକ ଅର୍ଥ ବ୍ୟୟକୁ ଓଷ୍ଟାର ଜିଲା ସମ୍ପାଦକ ସମାଲୋଚନା କରିଛନ୍ତି । ବହୁ ମାଧ୍ୟମିକ ବିଦ୍ୟାଳୟରେ ବିଷୟ ଭିତ୍ତିକ ଶିକ୍ଷକ ନ ଥିବା, ଶିକ୍ଷାପ୍ରତି ଗୁରୁତ୍ୱ ନ ଦେବା, ଶିକ୍ଷକକୁ ଅନ୍ୟକାର୍ଟ୍ୟରେ ନିୟୋଜନ କରିବା, ମାର୍ଜାର ବିଦ୍ୟାଳୟ ନାମରେ ଅସୁବିଧା ସୃଷ୍ଟି କରିବା ଇତ୍ୟାଦି ଦ୍ୱାରା ଶିକ୍ଷାରେ ଗୁଣାତ୍ମକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ୨୦୧୪ ମସିହାରୁ ଶିକ୍ଷକ ମାନଙ୍କ ଗ୍ରେଡେସନ ହୋଇନଥିବାରୁ ପ୍ରଧାନ ଶିକ୍ଷକଙ୍କ ଅଭାବ ସୃଷ୍ଟି ହୋଇଛି । ଜଳେଶ୍ୱର ବ୍ଲକରେ ମୋଟ ୬୦ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୩୮ଟିକୁ ସରକାରୀ ଘୋଷଣା କରାଯାଇଥିବା ବେଳେ କେବଳ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଚାଲନ୍ତିସ୍ଥିତ ଏସ୍ଏସ୍ ଏକାଡେମୀ ବ୍ୟତିତ ଅନ୍ୟ ୩୬ଟି ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି । ସେହିପରି ବାଲେଶ୍ୱର ଜିଲାର ମୋଟ ପ୍ରାୟ ୩୫୦ ବିଦ୍ୟାଳୟ ମଧ୍ୟରୁ ୯୦ଭାଗ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନ ଥିବାରୁ ଅନ୍ୟ ଜଣେ ଦାୟିତ୍ୱ ତୁଲାଉଛନ୍ତି । ଅନୁଷ୍ଠାନର ମୁଖ୍ୟ ନ ଥିବାରୁ ସେ ଗୁଡିକର ବିକାଶ ଘଟିପାରୁ ନାହିଁ । ଏଥିପ୍ରତି ଓଷ୍ଟା ଗୁରୁତ୍ୱାରୋପ କରୁଛି ଓ ସରକାର ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ହେବ ବୋଲି ସେ କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା