ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତର ମେରାମା ସୈରାସାହିରେ ଅଭାବନୀୟ ଘଟଣା । ଗୁଣିଆ ସନ୍ଧେହରେ ଜଣେ ବୃଦ୍ଧକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟି ନେଇଯାଇଛନ୍ତି ହତ୍ୟା କାରି । ମୃତକ ହେଲେ ଭାଲିଆସାହି ଗ୍ରାମର ଦାସ ମଳିକ । ଘଟଣାଟି ଘଟିଛି ଗତକାଲି ସଂନ୍ଧ୍ୟାରେ । ଗତକାଲି ବିଳମ୍ବିତ ରାତିରେ ମେରାମା ଗ୍ରାମ ନିକଟସ୍ଥ ସୈରାସାହି କୁଲଡିରାଇପଦର ଠାରେ ମୃତ ଦାସ ମଳିକର ମୁଣ୍ଡ ବିହିନ ଶବ ମୁର୍ମୁଷ ଭାବରେ ପଡିଥିବା ପରିବାର ଲୋକେ ସୁଚନା ପାଇଥିଲେ । ଗୁଣିଆ ସନ୍ଧେହରେ ତାଙ୍କ ବାପା ଦାସ ମଳିକକୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନାରେ ଅଭିଯୋଗ କରିଛନ୍ତି ମୃତକର ମଝିଆ ପୁଅ । ମିଳିଥିବା ସୁଚନା ଅନୁସାରେ ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣି କରିଥିବା ସନ୍ଧେହରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକାଇଥିଲେ । ଏହାକୁ ନେଇ ମୃତକ ଦାସ ଗତ ବର୍ଷ ମୋହନା ଥାନାରେ ୨୩/୦୩/୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଥାନା ବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡି ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ପ୍ରତିହିଂସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୂଜ ମଳିକ ଓ ସୁରଜ ମଳିକ ଗତକାଲି ଏକାକି ସୁଯୋଗ ନେଇ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ଦୁଇ ପୁଅ । ଏହା ପୁର୍ବରୁ ଗତକାଲି ଅଭିଯୁକ୍ତ ମାନେ ଦାସକୁ ଖୋଜାଖୋଜି କରିବା ସହ ବଡ ପୁଅକୁ ପଚାରୁଥିଲେ ପରେ ମକା ବାଡରେ ଦାସ କାମ କରୁଥିବା ଜାଣିଥିଲେ ଏବଂ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିଲେ । ଅଭିଯୋଗକୁ ଭିତି କରି ମୋହନା ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୂଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ରିପୋର୍ଟ – କୃଷ୍ଣ କୁମାର ବେହେରା