ଗୁମ୍ମା ବ୍ଲକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗୁମ୍ମା ବ୍ଲକରେ ପୂର୍ବତନ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କ ଫୋଟ ଉପରେ ପୁଷ୍ପମାଳ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ସମାରୋହରେ କଂଗ୍ରେସ ନେତା ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଉପ।ଧକ୍ଷ ବେନିକ ଗମାଙ୍ଗ, ଯୁବନେତା ସୂର୍ଯ୍ୟନାରାୟଣ ପତ୍ର, ଚିନି ବାବୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ମହିଳା କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।