


ଛତ୍ରପୁର (ସମୃଦ୍ଧ ଓଡିଶା) ୭୩ତମ ସ୍ୱାଧୀନତା ଦିବସ ଅବସରରେ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ଏଡିଏମ ଲକ୍ଷ୍ମୀକାନ୍ତ ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କର କର କମଳରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସେ ସ୍ୱାଧୀନତା ଦିବସ ବିଷୟରେ ବକୃତା ଦେଇଥିଲେ । ଏହାସହ ସ୍କୁଲର ଚେୟାରମ୍ୟାନ ପ୍ରଶାନ୍ତ ମହାପାତ୍ର, ସେକ୍ରେଟାର୍ସ ଶ୍ରୀମତୀ ଅନିତା କୁମାରୀ ପାଢ଼ୀ, ଡ଼ାଇରେକ୍ଟର-କମ-ପ୍ରିନ୍ସିପାଲ ନରସିଂହ ସାହୁ, ଭାଇସ ପ୍ରିନ୍ସିପାଲ ଭିକାରି ଚରଣ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକୃତା ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ନରୁପମା ସାହୁ ଓ ଏସ.ଶ୍ରୀଜା ସ୍ୱାଧୀନତା ଦିବସ ବିଷୟରେ ବକୃତା ଦେଇଥିଲେ । ମଧୁସ୍ମିତା ପରିଡା, ମଧୁଛନ୍ଦା ମିଶ୍ର, ବନବିହାରୀ ସାବତ, ଏମ ପାର୍ବତୀ ଓ ଅନ୍ୟମାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶେଷରେ ମିଷ୍ଟାନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


