

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ନିକଟସ୍ତ ଗୁରୁଣ୍ଠି ଗ୍ରାମରେ ଅବସ୍ତିତ ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୪ତମ ଭାରତ ସ୍ୱାଧୀନତା ଦିବସ ଉତ୍ତସହବ କୋଭିଡର ନୀତି ପ୍ରକାରେ ସାମାଜିକ ଦୂରତା ମାନି ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସମ୍ପାଦକ ପ୍ରମୋଦ ଚନ୍ଦ୍ର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଭାରତର ବହୁ ଯୋଦ୍ଧା କିପରି ନିଜକୁ ଆତ୍ମବଳି ଦେଇ ଦେଶକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଆଣିଥିଲେ ତାହା ବୁଝାଇଥିଲେ । ପ୍ରଧାନ ଗୁରୁଜୀ ଗୋପୀନାଥ ସାବତ ବିଦ୍ୟା ମନ୍ଦିର ପରିଚାଳନା ସଭ୍ୟ ଇଂଜନିୟର ଅଜିତ ପଟନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା