ଗୁରୁଦିବସରେ ‘ଗୁରୁଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ବିଂଝାରପୁର (ସମୃଦ୍ଧଓଡିଶା): ଅଦ୍ୟ ପବିତ୍ର ଗୁରୁଦିବସ ଉପଲଖେ ଧ୍ରୁବଚରଣ ହାଇସ୍କୁଲ, ନାଉବାଙ୍କ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ବିଦ୍ୟାଳୟର ଶିକ୍ଷକ ,ଛାତ୍ର,ଛାତ୍ରୀ ନିକଟସ୍ଥ ସିଂହପୁର ଓ ଜରି ଗ୍ରାମ ପଂଚାୟତର ବହୁ ସମାଜ ସେବୀ ବୁଦ୍ଧିଜୀବୀ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକ୍ରମ କୁ ତ୍ୱରାନିତ କରିଥିଲେ | ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ଶ୍ରୀଯୁକ୍ତ ଯଜାତି ସାହୁ ଙ୍କ ସମେତ ବରିଷ୍ଠ ଶିକ୍ଷକ ଶ୍ରୀ ରତ୍ନାକର ସାହୁ ,ରମେଶ ଚନ୍ଦ୍ର ଧଳ, ପ୍ରଫୁଲ କୁମାର ସାମଲ, କାଳନ୍ଦୀ ଚରଣ ଜେନା, ଶଶଧର ବେହେରା ଓ ଅନ୍ୟାନ୍ୟ ଶିକ୍ଷକ ଯୋଗଦାନ କରିଥିଲେ | ଏଥି ସହିତ ରାଜନେତା ଓ ସମାଜ ସେବୀ ମାନଙ୍କ ମଧ୍ୟରେ ଶ୍ରୀମତୀ ବବିତା ମଲ୍ଲିକ , ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁରୁଷୋତମ ବେହେରା ,ପ୍ରାକ୍ତନ ସରପଞ୍ଚ ସିଂହପୁର ଶ୍ରୀଯୁକ୍ତ ନିରଞ୍ଜନ ବେହୁରିଆ , ପ୍ରାକ୍ତନ ସରପଞ୍ଚ ଓ ବର୍ତମାନ ସମିତି ସଭ୍ୟ ଜରି ଗ୍ରାମ ପଂଚାୟତ ଶ୍ରୀଯୁକ୍ତ ଭୁବନାନନ୍ଦ ସାମଲ ,କୃଷକ ନେତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରାଧାନ ଙ୍କ ସମେତ ଶତାଧିକ କର୍ମୀ ଓ ସମାଜସେବୀ ଯୋଗଦାନ କରିଥିଲେ, ପବିତ୍ର ଗୁରୁଦିବସ ରେ ” ଗୁରୁଙ୍କ ପାଇଁ ଗଛଟିଏ ” ଆଧାରରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ରୋପଣ କରିବା ସହିତ ଗୁରୁ ମାନଙ୍କୁ ପୂଜା କରିବା ସହ, ସମସ୍ତେ ଗୁରୁ ମାନଙ୍କର ସମାଜ ପାଇଁ କିଭଳି ମୁଖ୍ୟ ଅବଦାନ ରହିଛି , ବୋଲି ଆଲୋଚନା କରିଥିଲେ |

ରିପୋର୍ଟ : ରଜତ ମହାପାତ୍ର