ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତ ଠାରେ ଉଚ୍ଚ ରକ୍ତଚାପ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏପରି କର୍ମଶାଳା ପିଜି ଡିପଲମା ହେଲଥ ପ୍ରମୋସନ ଏଜୁକେସନ ଛାତ୍ରୀ ପ୍ରଗତିକା ମହାପାତ୍ର ଗାନ୍ଧୀ ଗ୍ରାମ, ତାମିଲନାଡୁ ଆୟୋଜନରେ କରିଥିଲେ । ତାଙ୍କର ସର୍ଭେଟିକୁ ଆଧାର କରି ଏହି କର୍ମଶାଳା ଉତ୍ସବ ପାଳନ କରାଯାଇଛି । ଏଥିରେ ଢେଙ୍କାନାଳ ଜିଲ୍ଲାର କବିତା ରାଣୀ ପଟ୍ଟନୟକ(ଏଡିପିଏଚସିଓ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ରକ୍ତଚାପ କାହିଁକି ହୁଏ କିପରି ମାନବକୁ ରୋଗା ଗ୍ରସ୍ତ ହୋଇ ମୂଲ୍ୟ ବାନ ଜୀବନ ଚାଲି ଯାଏ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ଏହା ସହିତ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତ ଅନୁସୟା ମହାନ୍ତି ଦ୍ୱୀପ ପ୍ରଜ୍ଜ୍ଵଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ନିବେଦିତା ତ୍ରିପାଠୀ ଢେଙ୍କାନାଳ ଶିଶୁ ସମନ୍ୱିତର ସୁରପରଭାଇଜର ସଦର ବ୍ଲକ ମୁଖ୍ୟ ବକ୍ତା ରୂପେ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ତଥ୍ୟମାନ ଉପସ୍ଥାପନା କରିଥିଲେ । ପରିଶେଷରେ ଶାନ୍ତିପ୍ରଭା ମହାନ୍ତି ଜିଲ୍ଲା ପ୍ରୋଜେକ୍ଟ ହେଲେଥ ନର୍ସ ଅତି ସରଳରେ ଉଚ୍ଚ ରକ୍ତଚାପ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାଇଥିଲେ । ଏହା ସହିତ ଗ୍ରାମର ସାମାଜିକ କର୍ମୀ ତଥା ଶିକ୍ଷାବିତ ପ୍ରଦୀପ କୁମାର ମଲ୍ଲିକ ସ୍ୱାସ୍ଥ୍ୟ ହିଁ ସମ୍ପଦକୁ ଆଧାର କରି ଉପସ୍ଥିତ ମହିଳାମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଅବସର ପ୍ରାପ୍ତ ଗ୍ରାମସେବକ ରବିନାରାୟଣ ମହାନ୍ତି ସ୍ୱଳ୍ପରେ ମଧ୍ୟ ନିରୋଗ ରହିବାର ଉପାୟମାନ ଉପସ୍ଥାପନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି