ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜିଠାରୁ ଆରମ୍ଭ ହେଲା ବାସନ୍ତୀ ଦୁର୍ଗୋତ୍ସବ । ଆଜି ବିଶ୍ୱବରଣ ଥିବାରୁ ଗତ ୨ଦିନ ଧରି ଜଳେଶ୍ୱରର ପ୍ରମୁଖ ରାସ୍ତାମାନଙ୍କରେ ଗୈରିକ ପତାକା ଛାଇ ହୋଇ ଯାଇଛି । ଏହା ବସ୍ ଷ୍ଟାଣ୍ଡରୁ ଆରମ୍ଭ ହୋଇ ବାସନ୍ତୀ ପଡିଆ ଯାଏଁ ବିଛେଇ ହୋଇ ରହିଥିବା ବେଳେ ତାହା କାୟାବିସ୍ତାର କରି ଚାଲିଛି । ପ୍ରକାଶ ଯୋଗ୍ୟ ଜଳେଶ୍ୱର ପୁରୁଣିଆ ବଜାରଠାରେ ହେଉଥିବା ବାସନ୍ତୀ ପୂଜା ଚଳିତବର୍ଷ ୫୦ବର୍ଷ ପୂର୍ତ୍ତୀ ହେଉଥିବାରୁ ଏହା ଖୁବ୍ ଜାକଜମକରେ ପାଳନ ହେବାପାଇଁ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଜଳେଶ୍ୱରରେ ଏପରି ଗୈରିକ ପତାକା ଚଳିତ ବାସନ୍ତୀ ଦୁର୍ଗୋତ୍ସବ ନିମନ୍ତେ ଟଙ୍ଗା ହୋଇଛି ଅଥବା ଆସନ୍ତା ୧୩ତାରିଖରେ ପାଳନ ହେବାକୁ ଥିବା ବଜରଙ୍ଗ ଦଳ ପକ୍ଷରୁ ଶ୍ରୀରାମ ନବମୀ ନିମନ୍ତେ ଟଙ୍ଗା ଯାଇଛି ତାହା ଆଲୋଚ୍ୟ ବିଷୟ ହୋଇଛି । ମାତ୍ର ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଭଳି ଗୈରିକ ପତାକା ନିର୍ବାଚନ ପ୍ରଚାର ନିମନ୍ତେ କୌଣସି ସଂଗଠନ ଟାଙ୍ଗୀଥାଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ରିପୋର୍ଟ : ଭୂପତି କୁମାର ପରିଡା