ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ଫନି ବାତ୍ୟାର ପ୍ରକୋପରେ ପୁରୀ, ଭୁବନେଶ୍ୱର, କଟକ ଭୟାଭୟ କ୍ଷତିର ସମ୍ମୁଖୀନ ହୋଇଛି । ସବୁ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହିତ ବହୁ ଗଛ ଉପୁଡି ପଡିଛି ଫଳରେ ବିଦ୍ୟୁତ ନାହିଁ, ବିଦ୍ୟୁତ ନ ଥିବା ଯୋଗୁଁ ଜଳ ଯୋଗାଣ ହୋଇପାରୁ ନାହିଁ ଯାହା ଫଳରେ ଲୋକଙ୍କୁ ଜଳ ମିଳୁନାହିଁ, ଜଳ ପାଇଁ ହାହାକାର ହୋଇପଡିଛନ୍ତି, ବାତ୍ୟାର ଘର ଦ୍ୱାରା ଭାଙ୍ଗି ମାଟିରେ ମିଶିଯାଇଛି ଯାହା ଦ୍ୱାରା ଲୋକେ ଖୋଲା ଆକାଶ ତଳେ ଉଦଉଦିଆ ଖାରେ ନିଜର ପରିବାକୁ ନେଇ ଜୀବନ ଜାପାନ କରୁଛନ୍ତି, ବର୍ଷରେ ସବୁ ଖାଦ୍ୟ ଜିନିଷ ନଷ୍ଟ ହୋଇଯାଇଥିବାରୁ ଖାଇବାକୁ ଖାଦ୍ୟ ମଧ୍ୟ ପାଇ ପାରୁନାହାନ୍ତି ଭୋକ ଉପବାସରେ ରହିଛନ୍ତି । ପ୍ରଶାସନର କିଛି ସହାୟତା ମିଳିଥିଲେ ମଧ୍ୟ ବହୁ ଲୋକଙ୍କୁ ଠିକ ଭାବେ ସହାୟତା ଯୋଗାଇ ଦିଆଯାଇପାରୁନାହିଁ । ଯାହାଫଳରେ ବହୁ ଜନ ଅସନ୍ତୁଷ୍ଟ ଦେଖା ଦେଉଛି । ଏହି ଭଳି ପରିସ୍ଥିତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସାହାର୍ଯ୍ୟର ହାତ ବଢାଇଛି ଗୋପାଳପୁର ଅଟଳ ଯୁବ ବାହିନୀ । ଆଜି ଅଟଲ ଯୁବ ବାହିନୀର ଆବାହକ ଶ୍ରୀ ସୁଭାଶୀଷ ସାହୁ ଓରଫ୍ ବଣ୍ଟି ଭାଇଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ଟିମ୍ ପୁରୀ ସ୍ଥିତ ସାକ୍ଷୀ ଗୋପାଳ ଯାତ୍ରା କରିଛି । ଆଜି କନିଷି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରି ଯାତ୍ରା ଆରମ୍ଭ କରିଛନ୍ତି ଏହି ଟିମ୍ । ପ୍ରାୟ ୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ପଲଉ,ବ୍ରିଟାନିୟମ ବିସ୍କୁଟ ୬୦ ପୂାକେଟ୍, ୨୫୦ ପାଣି ପ୍ୟାକେଟ୍, ୧୦ ହଜାର ମହମବତୀ ଏବଂ ଦିଆସିଲି ଇତ୍ୟାଦି ଧରି ଯାତ୍ରା ଆରମ୍ଭ କରିଛନ୍ତି । ଅଟଳ ଯୁବ ବାହିନୀର ସଂଯୋଜକ ସୁଭାଶୀଷ ସାହୁଙ୍କ ସହ ଜଗନ ମୋହନ ପାତ୍ର, ସନତ କୁମାର ନାୟକ, ସୁନୀଲ ପାତ୍ର, ରାଜେସ୍ ଦଳ ବେହେରା, ଅଜିତ୍ କୁମାର ଦଳାଇ, ବଳିଆ ଗୌଡ, ସନ୍ଦିପ ପାତ୍ର, କୋକେୟା ପାତ୍ର, ସାଗର ପାତ୍ର, ଆଶିଷ କୁମାର, ସମାଜସେବୀ କାଳିଆ ରଥଙ୍କ ସମେତ ୨୫ ଜଣ ସଦସ୍ୟ ଯାତ୍ରା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା