ଗୋପାଳପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରଥମ ଏନ୍ ଏସି ଗୋପାଳପୁର ସମ୍ପୂର୍ଣ୍ଣ ରୂପେ କରୋନା ମୁକ୍ତ ହୋଇଥିବା ନେଇ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଗତ ଜୁନ ୧୫ ତାରିଖ ପରଠାରୁ ଆଜି ସୁଦ୍ଧା ଆଉ କୈାଣସି ନୂଆ ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ଜଣାପଡିଛି । ସେହିପରି ଗୋପାଳପୁର ଏନ୍ ଏସିକୁ ଆକ୍ରାନ୍ତ ଚିହ୍ନଟ ପରେ ଘୋଷଣା ହୋଇଥିବା ରେଡ ଜୋନକୁ ଉଠାଇ ଦିଆଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ଗ୍ରୀନ ଜୋନ୍ ହୋଇଯାଇଛି । ଗୋପାଳପୁରରେ ମୋଟ ୧୯୮ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ ସେଥିରୁ କେବଳ ୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ମଧ୍ୟରେ ପୂର୍ବରୁ ଆକ୍ରାନ୍ତ ୭ ଜଣ ଘରୋଇ ସଗଂରୋଧ ସାରିବା ସହ ନିଜର ଦୈନିନ୍ଦିନ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୧୫ ତାରିଖରେ ଚିହ୍ନଟ ହୋଇଥିବା ୨ କୋରାନା ଆକ୍ରାନ୍ତ ଏହା ମଧ୍ୟରେ ନିଜର କୋଭିଡ କେୟାର ହୋମ ଅବଧି ସାରିବା ସହ ବର୍ତ୍ତମାନ ଘରୋଇ ସଗଂରୋଧରେ ରହୁଥିବା ଏନ୍ ଏ ସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ସୂଚନା ଦେଇଛନ୍ତି । ଏହାସହ ଶ୍ରୀ ସେଠୀଙ୍କ ସୂଚନା ମୁତାବକ ଗୋପାଳପୁରକୁ ୧୫୦ ଜଣ ପ୍ରବାସୀ ଓଡ଼ିଆ ଫେରିଥିଲେ । ଗୋପାଳପୁର ଆଜି ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବା ପାଇଁ ଗୋପାଳପୁରର ବରିଷ୍ଠ ନାଗରିକ, ଜନସାଧାରଣ, ମତ୍ସ୍ୟଜୀବୀ ଗାଁ ମୁଖିଆ ସମେତ ଏନ୍ ଏସିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅଙ୍ଗନୱାଡି, ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଓ ନିରନ୍ତର କାମ କରିବା ଓ ପ୍ରଶାସନକୁ ସହଯୋଗ କରିବା ସହ ପ୍ରଶାସନର କଥା ମାନି ଘରେ ରହିବାରୁ ଗୋପାଳପୁର ରେଡ୍ ଜୋନରୁ ଗ୍ରୀନ ଜୋନ୍ ହୋଇପାରିଛି । ଏହାସହ ଜିଲ୍ଲାପାଳ ଶ୍ରୀ କୁଳାଙ୍ଗେଙ୍କ ଟୁଇଟି ସୂଚନା ମୁତାବକ ଗୋପାଳପୁର ଏନ୍ଏସି ରେଡ୍ରୁ ଗ୍ରୀନ ୱାର୍ଡରେ ପରିଣତ କରିବା ପାଇଁ ଥିବା ଗଞ୍ଜାମ ଜିଲା ପ୍ରଶାସନ ମିଶନ ସଫଳ ହୋଇଛି । ଲକ୍ଷଣ ଚି଼ହ୍ନଟ, ଆଇସୋଲେଶନ, କମ୍ୟୁନିଟି ସାମିଲ ହେବାର ଠିକ୍ ମନିଟରିଂ ପାଇଁ ଏହି ସଫଳତା ହାସଲ ହୋଇପାରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା