ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ପଞ୍ଚାୟତ ଗରିମ୍ମାପେଟା ମନ୍ଦିର ପରିସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଏକ କର୍ମୀ ସମ୍ମିଳନୀ ଉମାକାନ୍ତ ସାସମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଏହି କର୍ମୀ ସମ୍ମିଳନୀରେ ଯୋଗଦେଇ ସଂପ୍ରଦାୟିକତାବାଦୀ ବିଜେଡି ଓ ଭ୍ରଷ୍ଟାଚାର ବାଦି ବିଜେଡି ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଦେବା ସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ସଂଗଠିତ କରିବା ସହ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ମତ୍ସ୍ୟ ଚାଷୀ ଓ କିଆପୁଲ ଚାଷୀଙ୍କୁ ନବୀନ ସରକାର ଅଣ ଦେଖା କରିବା ସହ କଂଗ୍ରେସ ଦଳ ସରକାରକୁ ଆସିଲେ କିଆଫୁଲ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ମୋଦି ଓ ନବୀନ ଏକ ଓ ଅଭିନ୍ନ ବୋଲି କହିବା ସହ ଉଭୟ ଲୋକଙ୍କୁ ଠକିଥିବା ଆଲୋଚନା ହୋଇଥିଲା । ନବୀନଙ୍କ ୧୯ବର୍ଷରେ ରାଜ୍ୟରେ ଗରିବରେ ନମ୍ବର ଏକ ହେବା ବେଳେ ମୋଦି ବେକାର ସୃଷ୍ଟି କରିବାରେ ରେକର୍ଡ ସୃଷ୍ଟି କରିଥିବା କୁହାଯାଇଥିଲା । ଏହି ସଭାରେ ଗୋପାଳପୁର ବିଧାନସଭାର ଆଶାୟୀ ପ୍ରାର୍ଥୀ ଧର୍ମରାଜୂ ରେଡ୍ଡୀ, ଭୋକାଲି ସେଠି, ସୁନୀଲ ସାହୁ, ସୁଦର୍ଶନ ମେଲଣା, ଗୋକୁଳ କର, ଧୀରେନ୍ଦ୍ର ପାତ୍ର, ମୋହନ ରେଡ୍ଡୀ, ଏମ. ମଧୁ, ବାମନ ଆଚାରି, କୃଷ୍ନା ରାଓ, ହରିହର ପାତ୍ର, ମିଟୁ ପାତ୍ର, ପର୍ଶୁରାମ ରେଡ୍ଡୀ, ଦମ୍ବୁରୁ ରଣା, ସୁଧାକର ନାୟକ, ପ୍ରଶାନ୍ତ ରାଓ, ଆଦିତ୍ୟ ଦଳେଇ, କୁଞ୍ଜ ବିହାରୀ ମହାରଣା, ଭାଗିରଥି ପାଣିଗ୍ରାହୀ, ପାଣ୍ଡବ ରଣା, ପ୍ରବୀର ସାବତ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା