


ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦକ ଭୃଗୁ ବକ୍ସି ଗୋପାଳପୁର ବନ୍ଦର ପରିଦର୍ଶନ କରିଥିଲେ । ବନ୍ଦର ପରିଦର୍ଶନ କରିବା ପରେ ବନ୍ଦରର ସିଇଓ କ୍ୟାପଟେନ ସନ୍ଦୀପ ଅଗ୍ରୱାଲଙ୍କ ସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା, ଜାତୀୟ ରାଜପଥ କଡରେ ଅଟକି ଥିବା ଲୁହା ପଥର ବୋଝେଇ ଗାଡି, ଶ୍ରମିକମାନଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଗୋପାଳପୁର ପୋର୍ଟ ପରିସରରେ ପୋତି ହୋଇରହିଥିବା ମାଛ ଧରା ଜେଟିର ଖନନ ଅତିଶ୍ରୀଘ୍ର ସମ୍ପର୍ଣ୍ଣ କରିବା ନେଇ ସିଇଓ ଶ୍ରୀ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଥିଲେ । ଗୋପାଳପୁର ପୋର୍ଟକୁ ବିଭିନ୍ନ ବ୍ୟବସାୟୀ ଭିତିରେ ଦୂରଦୂରାନ୍ତରୁ ଆସୁଥିବା ବିଭିନ୍ନ ଭାରୀଯାନ ଟ୍ରକ ଗୁଡିକ କିପରି ସଠିକ ଭାବେ ଯାତାୟାତ ହେବ ସେଥିପ୍ରତି ପୋର୍ଟ କର୍ତ୍ତୃପକ୍ଷ ଏକ ମାଷ୍ଟର ପ୍ଲାନ କରି ଏହାକୁ ତୁରନ୍ତ ସମାଧାନ କରିବା ନିମନ୍ତେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ଯୁବନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, କରମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ଛତ୍ରପୁର ମଣ୍ଡଳ ସଭାପତି ପ୍ରତୀପ କୁମାର ପାଢ଼ୀ, ଆଇନଜୀବୀ ପି.ଧର୍ମା ରେଡ୍ଡୀ, ବାଦଲ ବେହେରା, ମତ୍ସ୍ୟଜୀବୀ ନେତା ତଥା ଭାରତୀୟ ଜନତା ପାର୍ଟି ମତ୍ସ୍ୟଜୀବୀ ୟୁନିଅନର ଜିଲ୍ଲା ସମ୍ପାଦକ ଜି.ଜଗନ୍ନାଥ, କଣମଣା ଯୁବମୋର୍ଚ୍ଚାର ସଭାପତି ଏନ.ଦୀନବନ୍ଧୁ, କେ.ଦାଶରଥି, ଏସ.କ୍ରିଷ୍ନା ଓ ପି.ରାମବାବୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବନ୍ଦର କତ୍ତୃପକ୍ଷ କିଛି ଲୋକଙ୍କୁ ଅନୁକଂପା ମୂଳକ ପ୍ରିୟାପ୍ରିତି ତୋଷଣ କରି କିଛି ଅସ୍ଥାୟୀ ପାର୍କିଂ କରି ସ୍ଥାୟୀ ସମସ୍ଯାର ସମାଧାନର ବାଟ ନଖୋଜିବା ଆଶ୍ଚର୍ଯ୍ୟ ପ୍ରକଟ କରୁଛି । ଲୋକଙ୍କ ଅଭିଯୋଗ ପାଇବାପରେ ସ୍ଥାୟୀ ସମାଧାନର ପନ୍ଥା ସକାଶେ ରାସ୍ତା ବାହାର କରିବା ସହ ଲୋକଙ୍କ ସାଧାରଣ ଜୀବନଯାତ୍ରା ବ୍ୟାଘାତ ନଘଟିବ, ପରିବା ଚାଷୀ, କିଆପୁଲ ଚାଷୀମାନଙ୍କ କୃଷିକ୍ଷେତ୍ରରେ ପଡୁଥିବା କୁପ୍ରଭାବର ତୁରନ୍ତ ସମାଧାନର ପନ୍ଥା ଆପଣେଇବା ପାଇଁ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ବନ୍ଦରକତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ସବୁ ଗୁରୁତର ସମସ୍ୟା ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




