ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦର ପରିବେଶ ମିତବ୍ୟୟୀ ଓ ନିରନ୍ତର ଭିତିଭୂମି ବିକାଶ ଉପରେ ବିଶ୍ୱାସ କରେ । ଏହି ବନ୍ଦର ନିର୍ମାଣ ପ୍ରକଳ୍ପର ଅଂଶ ସ୍ୱରୂପ ଗୋପାଳପୁର ପୋର୍ଟ ୪ ନିୟୁତ କ୍ୟୁବିକ ମିଟରର ବାଲି ଓ ମାଟିକୁ ବନ୍ଦରର ଉତର ପାର୍ଶ୍ବରେ ଜମା କରି ୫ କିମି ବେଳାଭୂମି ସାମ୍ନାର ବନ୍ଦର ସମୃଦ୍ଧିକରଣ (ନରିସମେଣ୍ଟ) କାର୍ଯ୍ୟ ଶେଷ କରାଯାଇଛି । ବନ୍ଦର ଖନନ ବେଳେ ବାହାରି ଥିବା ଉପକରଣଗୁଡିକର ଅଧିକାଂଶ ଭାଗକୁ ବନ୍ଦରର ଉତର ପାର୍ଶ୍ୱରେ ଥିବା ଆର୍ଜିପଲ୍ଲୀ ଗ୍ରାମ ନିକଟ ବେଳାଭୂମିରେ ଜମା କରାଯାଇଛି । ଖନନରୁ ବାହାରୁ ଥିବା ଉପକରଣକୁ ଉଚ୍ଚ ସମୁଦ୍ର ଡିସଚାର୍ଜ ପାଇଁ ବ୍ୟବହାର କରିବା ଏକ ପାରମ୍ପରିକ ପଦ୍ଧତି । ମାତ୍ର ଜିପିଏଲ ପକ୍ଷରୁ ନିଜସ୍ୱ ଆର୍ଥିକ ବ୍ୟୟ ଜରିଆରେ ୫ କିମି ବ୍ୟାପ୍ତ ପର୍ଯ୍ୟନ୍ତ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଅମିତ ସାବୁ, ପରିଚାଳନା ନିର୍ଦ୍ଦେଶକ, ଗୋପାଳପୁର ପୋର୍ଟ କହିଛନ୍ତି ଯେ ”ଆମ ବ୍ୟବସାୟର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆମର କାର୍ଯ୍ୟକାଳପଗୁଡିକ ପରିବେଶ ଅନୁକୂଳ ଓ ଜୈବିକ ଦୃଷ୍ଟିରୁ ନିରନ୍ତର । ଆମେ ଉଚ୍ଚ ମାନର ନିରନ୍ତର ବିକାଶ ନିମନ୍ତେ ପ୍ରତିବଦ୍ଧ ।” ସଞ୍ଜୟ ଥୋରାଟ. ଡିଜିଏମ, ଏଚଏସଇ, ଜିପିଏଲ କହିଛନ୍ତି ଯେ, ”ବେଳାଭୂମି ନିରୀକ୍ଷଣ ଏବଂ ତତ ସଂକ୍ରାନ୍ତୀୟ ବିଷୟ ପାଇଁ ଗୋପାଳପୁର ବନ୍ଦର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ମିଶି କାର୍ଯ୍ୟ କରୁଛି ।”
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା