ଗୋପାଳପୁର (ସମୃଦ୍ଧ ଓଡିଶା) ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ଲିମିଟେଡ଼(ଟିଏସଏଇଜେଡ଼ଏଲ) ପକ୍ଷରୁ ଟାଟା ଗ୍ଲୋବାଲ ବେଭରେଜସଁ ଲିମିଟେଡ଼(ଟିଜିବିଏଲ) ଦ୍ୱାରା ନିର୍ମିତ ହେବାକୁ ଥିବା ୩୬ ନିୟୁତ କେଜି କ୍ଷମତା ବିଶିଷ୍ଟ ଚା ପ୍ୟାକେଜିଙ୍ଗ ଶିଳ୍ପ ଭବନର ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭାରତରେ ଟିଜିବିଏଲର ଚାହିଦା ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା ଉକ୍ତ କାରଖାନା ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ । ସମ୍ପର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବା ପରେ ଉକ୍ତ କାରଖାନା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୬୫୦ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଉକ୍ତ କାରଖାନା ସ୍ଥାପନ ପାଇଁ ମୋଟା ୧୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଆଇଏଏସ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ଟିଜିବିଏଲ ଅପରେସନସ (ଦକ୍ଷିଣ ଏସିଆ)ର ଭାଇସ ପ୍ରେସିଡେଣ୍ଟ ଏସଏସ ମଲହୋତ୍ରା ଓ ଟାଟାଷ୍ଟିଲ କଞ୍ଚାମାଲ ବିଭାଗ ଭାଇସ ପ୍ରେସିଡେଣ୍ଟ ତଥା ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ଲିମିଟେଡ଼ (ଟିଏସଏସଇଜେଡ଼ଏଲ)ର ଅଧ୍ୟକ୍ଷ ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାବ୍ୟତୀତ ସରକାରୀ ଅଧିକାରୀ, ଶିଳ୍ପ ପାର୍କର ଉପଭୋକ୍ତା ଏବଂ ଟିଜିବିଏଲ, ଟାଟା ଷ୍ଟିଲ ଓ ଟିଏସଏସଇଜେଡ଼ଏଲର ଅଧିକାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗୋପାଳପୁର ଶିଳ୍ପ ପାର୍କ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ ଓ ଭୁବନେଶ୍ଵର ଠାରୁ ଏଠାରେ ପହଞ୍ଚିବାର ସମୟ ହେଉଛି ମାତ୍ର ୨ ଘଣ୍ଟା । ସମସ୍ତ ପ୍ରକାର ଭିତିଭୂମି, ବହୁବିଧ-ମୋଡାଲ ଲିଜିଷ୍ଟିକ ଯୋଗାଯୋଗ, ପରିବେଶ ଅନୁମତି, ପ୍ରାଞ୍ଜଳ ଜମି ଶିରୋନାମା ସହିତ ଗୋପାଳପୁର ଭାରତର ଏକ ପସନ୍ଦଯୋଗ୍ୟ ପୁଞ୍ଜିଲଗାଣ ସ୍ଥାନ ଭାବେ ଉଭା ହୋଇଛି । ଘରୋଇ ବାଣିଜ୍ୟ ଶୁଳ୍କ ଅଂଚଳ ହୋଇଥିବାରୁ ଭାରତ ବଜାରରେ ବହୁବିଧି କ୍ଲଷ୍ଟର ଷ୍ଟିଲ ଓ ମେଟାଲ ଡାଉନଷ୍ଟ୍ରିମ, ରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକୁ ବୀନିର୍ମାଣ, ପୋଷାକ ଓ ଲଜୀଷ୍ଟିକ କ୍ଷେତ୍ରରେ ପୁଞ୍ଜି ଲଗାଣ ପାଇଁ ଲକ୍ଷ୍ୟ ରଖିଥିବା କ୍ଷୁଦ୍ର, ଲଘୁ, ମଧ୍ୟମ ଓ ବହୁତ କମ୍ପାନୀ ପାଇଁ ଏହା ଏକ ଆଦର୍ଶ ସ୍ଥାନ ହୋଇପାରିଛି । ଟାଟାଷ୍ଟିଲର ପ୍ରମୁଖ ପୁଞ୍ଜି ବିନିଯୋଗ ଫେରୋକ୍ରୋମ କାରଖାନା ସହିତ ବର୍ତ୍ତମାନ ଏଠାରେ ୩ଟି କମ୍ପାନୀ କାର୍ଯ୍ୟ କରୁଥିବାବେଳେ ୬ଟି ପୁଞ୍ଜି ଲଗାଣକାରୀ କମ୍ପାନୀ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବିଭିନ୍ନ ସ୍ତରରେ ଅନୁମୋଦନକୁ ଅପେକ୍ଷା କରିଛନ୍ତି । ଟିଏସଏସଜେଡ଼ଏଲ ଦେଶ ଓ ବିଦେଶର ଅନ୍ୟ ସମ୍ଭାବ୍ୟ ପୁଞ୍ଜିଲଗାଣକାରୀ ସଂସ୍ଥାଙ୍କ ସହ ସମ୍ପର୍କରେ ଥିବାବେଳେ ଖୁବ ଶୀଘ୍ର ଆଉ କିଛି କମ୍ପାନୀ ସହ ଚୁକ୍ତି ସ୍ଵାକ୍ଷର କରିବାର ଯୋଜନା ରହିଛି ବୋଲି ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା