ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ସରପଞ୍ଚ ପଦବୀରେ ରବିନ୍ଦ୍ର ନାଥ ଜେନା ବିଜୟୀ ହୋଇଥିଲେ । ଏହି ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିବା ପାଇଁ ତାଙ୍କର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ହରିଶଚନ୍ଦ୍ର ପରିଡା ଜଳେଶ୍ୱର ସିଭିଲ ଜଜ୍(ଜୁନିୟର ଜଜ୍)ଙ୍କ କୋର୍ଟ ମିସ୍କେସ୍ ୭/୧୭ମୂଳେ ମୋକଦମା କରିଥିଲେ । ଉଭୟ ପକ୍ଷର ଶୁଣାଣି କରି ସିଭିଲଜଜ୍ ମାମି ବେହେରା ଗତ ୪-୧୧-୧୯ରେ ଅଭିଯୋଗକାରୀ ହରିଶ୍ଚନ୍ଦ୍ରଙ୍କ ପିଟିସନକୁ ଖାରଜ କରିବା ସଂଗେ ସଂଗେ ରବିନ୍ଦ୍ର ଜେନାଙ୍କ ପଦବୀକୁ ସିଦ୍ଧ ଘୋଷଣା କରି ସରପଞ୍ଚ ପଦବୀକୁ କାଏମ ରଖିଛନ୍ତି । ଏହି ମୋକଦମାରେ ବିଜୟୀ ସରପଞ୍ଚଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ମହାପାତ୍ର, ଚିନ୍ମୟ କୁମାର ଦାସ, ଭବାନୀ ଶଙ୍କର ଦେ, ଭବାନୀ ଶଙ୍କର ଭଞ୍ଜ ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଏଜିପି ସିତାଂଶୁ ଶେଖାର ଦାସ ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ନିର୍ବାଚନରେ ରବିନ୍ଦ୍ର ଜେନା ୧୬୭୩ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ହରିଶଚନ୍ଦ୍ର ପରିଡା ୧୬୬୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା