ଗୋପୀନାଥ ମନ୍ଦିର ଶତବାର୍ଷିକ ଉତ୍ସବ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀମପୁର ବ୍ରାହ୍ମଣ ଶାସନ ଗ୍ରାମରେ ଗତକାଲି ଠାରୁ ଆରମ୍ଭ ହୋଇଛି ଗୋପୀନାଥ ମନ୍ଦିରର ଶତବାର୍ଷିକ ଉତ୍ସବ । ଏହି ଉତ୍ସବ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜଳଯାତ୍ରା କାର୍ଯ୍ୟକ୍ରମ କରି ଗ୍ରାମର ଦେଉଳବନ୍ଧରୁ ଅଣାଯାଇଥିଲା ଜଳକଳଶ । ବ୍ରାହ୍ମଣ ପୁରୋହିତମାନକ ବେଡ଼ ମନ୍ତ୍ରଧ୍ୱନିର ତାଳେ ତାଳେ ଜଳକଳଶ ଅଣାଯିବା ପରେ ମନ୍ଦିର ନିକଟରେ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ଯଜ୍ଞ ସ୍ଥଳରେ କରାଯାଇଥିଲା ଘଟସ୍ଥାପନ । ଜଳକଳଶ ଶୋଭାଯାତ୍ରା ଘଟସ୍ଥାପନ ଦୀକ୍ଷା ଗ୍ରହଣ ଅଙ୍କୁରାରୋପଣ ଇତ୍ୟାଦିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜି କର୍ମ ଆରମ୍ଭ ହୋଇଛି ଓ ରବିବାର ଦିନ ପୂର୍ଣାହୁତି ହେବ । ଏହି ଅବସରରେ ନାମଯଜ୍ଞ ଘୃତଯଜ୍ଞ ଅର୍ଣ୍ଣ ଯଜ୍ଞ ପ୍ରବଚନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରାମର ବରିଷ୍ଠ ପୁରୋହିତ ପଣ୍ଡିତ ମଧୁସୂଦନ ରଥ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶତବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଗ୍ରାମର ବୟୋଜ୍ୟେଷ୍ଠ ବ୍ରହ୍ମା ହରିହର ବ୍ରହ୍ମା ଦାୟିତ୍ୱରେ ରହିଛନ୍ତି । ଗ୍ରାମର ବରିଷ୍ଠ ବୈଦିକ ସଂସ୍କୃତି ସଂରକ୍ଷଣ ଲଳିତମୋହନ ଦାସଙ୍କ ନେତୃତ୍ୱରେ ପୁରୋହିତ ପଣ୍ଡିତ ନାରାୟଣ ଦାଶ, ଗୋବର୍ଦ୍ଧନ ରଥ, ସଦାନନ୍ଦ ରଥ, ଅସିତ କୁମାର ରଥ ପ୍ରମୁଖ ଯାଜ୍ଞିକ ପଣ୍ଡିତ ଦାୟିତ୍ୱ ବହନ କରି ପରିଚାଳନା କରିଥିଲେ । ଶତବାର୍ଷିକ ଉତ୍ସବ କମିଟି ପକ୍ଷରୁ ସଚ୍ଚିଦାନନ୍ଦ ମିଶ୍ର, ନବୀନ ରଥ, ଶିବ ପ୍ରସାଦ ରଥ, ରଞ୍ଜନ ରଥ, ମକୁନ୍ଦ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା