ଗୋବିନ୍ଦପୁର ଜାଗୃତି ମହିଳା ମହାମଣ୍ଡଳ ପକ୍ଷରୁ ଦିବଙ୍ଗଗତ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଗୋବିନ୍ଦପୁର ଜାଗୃତି ମହିଳା ମହାମଣ୍ଡଳ ଆନୁକୂଲ୍ୟରେ ଦିବଙ୍ଗଗତ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଏକାଦଶାହରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବର୍ଷିଆନ ରାଜନୀତିଜ୍ଞ ତଥା ସମାଜସେବୀ ପ୍ରଶାନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ବିଷ୍ଣୁ ପଦରଜ ମହାନ୍ତି, ଐର ଖାରବେଳ ସ୍ୱାଇଁ, ବିନାୟକ ସେନାପତି, ଉଦୟନାଥ ମହାନ୍ତି, ଡାକ୍ତର ଶାନ୍ତି ପଣ୍ଡା, ଓକିଲ ଦୀପକ ପଟ୍ଟନାୟକ, ସୁକାନ୍ତି ଦାସ, ନିର୍ମଳ ଦାସ, ବଟକୃଷ୍ଣ ସାମଲ, ମହିଳା ସମିତିର ସଦସ୍ୟା ସଂଗଠକ ପରିଡା ବାବୁ ଆଦି ଦେବବାବୁଙ୍କର ଗୁଣ ଗାନ କରିଥିଲେ । ସେ କିଭଳି ରେଭେନ୍ସା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଅର୍ଥରେ ତିଆରି ଗୃହକୁ ଜଗନ୍ନାଥ ଛାତ୍ରାବାସରେ ପରିଣତ କରିଥିଲେ, ଏକ ଟ୍ରକ ମାଛ ବାଣ୍ଟି ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେବା, ବିବେକାନନ୍ଦ ବିଦ୍ୟାଳୟ ମାନଙ୍କର ପ୍ରତିଷ୍ଠା ଜନସଂଘ, ଜନତା ଦଳ ବିଜେପିରେ ଆଗୁଆ ହୋଇ କାର୍ଯ୍ୟ କରିବା ଶେଷରେ ଗୋବିନ୍ଦପୁର ମହିଳା ମଣ୍ଡଳ ସହ ସମ୍ପୃକ୍ତି ଓ ଲୁଗାକଳ ଶ୍ରମିକ ମାନଙ୍କୁ କ୍ଷତି ପୂରଣ ଦେବାରେ ଅନନ୍ୟ ଭୂମିକା ସମସ୍ତେ ମନେରଖିବେ । ବିବାହ ନ କରି ଓଡିଶା ଓଡ଼ିଆ ଭାଷା ତଥା ଭାରତର ଅଖଣ୍ଡତା ପାଇଁ ଅନେକ କାର୍ଯ୍ୟ କରି ସାରି ମଧ୍ୟ ସେ ଆଜି ଅମର ଭିନ୍ନ ଭିନ୍ନ ବକ୍ତା ତାହାଙ୍କ ବକ୍ତବ୍ୟରେ କହିଥିଲେ । ଦୁଇ ମିନିଟ ନିରବ ପ୍ରାର୍ଥନା, ଜୁଲଫାତ ଅଲ୍ଲୀ ଖାଁଙ୍କ ଦ୍ୱାରା ଗୀତା, କୋରାନର ମୃତ୍ୟୁ ସମ୍ବନ୍ଧୀୟ ବାଣୀ ସର୍ବଶେଷରେ ଲେଥକାର ସରପଞ୍ଚ ବାବାଜୀ ଚରଣ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି