ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏଥିପାଇଁ ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଧେଶ କ୍ରମେ ଗୋଶାଣିନୂଆଗାଁ ଥାନ ଅଧିକାରୀ ସୁମିତ ସୋରେନଙ୍କ ପ୍ରତ୍ୟକ୍ଷ ତତ୍ୱlବଧlନରେ ଗୋସାଇଁନୂଆଗାଁ ଥାନର ବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରାଯାଇଥିଲା l ରାତ୍ରିକାଳୀନ କର୍ଫ୍ୟୁକୁ ସଫଳ କରିବା ସହ ଅମାନିଆଙ୍କୁ ସାବାଡ଼ କରିବାକୁ ଶୁକ୍ରବାର ରାତ୍ର ବ୍ରହ୍ମପୁରର ବିଭିନ୍ନ ଥାନ ଅଞ୍ଚଳରେ ଫ୍ଲlଗ ମାର୍ଚ୍ଚ କରାଯାଇଛି l ସେହିପରି ଗୋଶାଣିନୂଆଗାଁ ପୋଲିସ ମଧ୍ୟ ଶୁକ୍ରବାର ରାତ୍ର ଗୋସଁlଇନୂଆଗଁ କେସି ହାଇସ୍କୁଲ ପଡିଆ ଠାରୁ ଫ୍ଲlଗ ମାର୍ଚ୍ଚ ଆରମ୍ଭ କରି ଢ଼ୀମିରl ସାହି, ଶାସ୍ତ୍ରୀ ନଗର, ବଡ଼ ସାହି ଅଞ୍ଚଳରେ ଫ୍ଲlଗ ମାର୍ଚ୍ଚ କରି ଲୋକମାନଙ୍କୁ ସଚେତନତା କରିବା ସହ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଫ୍ଲlଗ ମାର୍ଚ୍ଚରେ ଥାନ ଅଧିକାରୀ ସୁମିତ ସୋରେନଙ୍କ ସମେତ ଏସଆଇ ପ୍ରଣତି ନାୟକ, ନରସିଂଙ୍ଗ ମହାପାତ୍ର, ଜ୍ଞାନ ରଞ୍ଜନ ସ୍ୱାଇଁ, ଏଏସଆଇ କୃଷ୍ଣ ଚନ୍ଦ୍ର ଗୌଡ଼ ସମେତ ଥାନାର ସମସ୍ତ ପୋଲିସ ଷ୍ଟlପ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା