
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗ୍ରୀନ ଜୋନରେ ଯାତ୍ରୀବାହି ବସ୍ ଚାଲିପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏନେଇ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ପର୍କରେ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁ ମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚାଲିଲେ ମାଲିକମାନଙ୍କ କ୍ଷତି ହେବ ବୋଲି କୁହାଯାଉଛି । ତେଣୁ ମାଲିକମାନଙ୍କ କ୍ଷତି ନହେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଗତକାଲି ରାଜ୍ୟର ଗ୍ରୀନ, ଅରେଞ୍ଜ ଓ ରେଡ଼ ଜୋନପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଥିଲା ।
ରିପୋର୍ଟ : ଆକାଶ ମିଶ୍ର