ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ସହରର ପରିମଳ ଓ ପରିବେଶ ପ୍ରତି ପ୍ରଶାସନ ଗୁରତ୍ୱ ଦେଉଥିବା ଦେଖାଦେଇଛି । ବୁଗୁଡା ସହରକୁ ସୁନ୍ଦର ଓ ନିର୍ମଳ ସହରରେ ପରିଣତ କରିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି । ପ୍ରତି ୱାର୍ଡରେ କମିଟି ଗଠନ, କର୍ମଚାରୀଙ୍କୁ ତାଲିମ, ପ୍ରତ୍ୟେକ ସାହିରେ ବୈଠକ ଓ ଆଲୋଚନା ହୋଇଥିବା ବେଳେ ଅଧିକାଂଶ ବୈଠକରେ ଉପଜିଲ୍ଲାପାଳ ଯୋଗଦେବାକୁ ଅନୁମାନ କଲେ ଏହା ଜଣାପଡୁଛି ଯେ ବୁଗୁଡା ସହର ପାଇଁ ପ୍ରଶାସନ ଅଣ୍ଟା ଭିଡିଛନ୍ତି । ଆଜି ନଭେମ୍ବର ୨୮ ତାରିଖ ଦିନ ବୁଗୁଡା ଏନଏସିର ପ୍ରଶାସନିକ ଅଧିକାରୀ ତଥା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଘରକୁ ଘର ଯାଇ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଜନସାଧାରଣଙ୍କୁ ନିଜ ସହରକୁ ପରିଷ୍କାର ଓ ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅପିଲ କରିଥିଲେ । ଆବର୍ଜନା ରାସ୍ତା ଓ ନର୍ଦ୍ଦମାରେ ନପକାଇ ନିଜ ଘର ଆଗରେ ଏକ ପାତ୍ରରେ ରଖିଲେ ସଫେଇ କର୍ମଚାରୀ ବୃନ୍ଦ ତାହା ଉଠାଇ ଗାଡ଼ିରେ ନବିଯିବେ ବୋଲି ବୁଝାଉ ଥିବା ଜଣାପଡିଛି । ପ୍ରଶାସନିକ ତପ୍ତରତା ଯୋଗୁଁ ବୁଗୁଡା ଏକ ସିନ୍ଦର ସହରରେ ପରିଣତ ହେବବୋଲି ଆଶା କରାଯାଉଛି ।