(ସମୃଦ୍ଧ ଓଡିଶା) ଘରର ସୁଖ ଶାନ୍ତି ନିମନ୍ତେ ଜଣାନ୍ତୁ ଉପାୟ –
ଯଦି ଆପଣଙ୍କ ଘରେ ସର୍ବଦା କଳି ଝଗଡା ଲାଗି ରହୁଛି ତେବେ ସର୍ବ ପ୍ରଥମେ ସକାଳୁ ଯେବେ ରୁଟି କରିବେ ସେଥିରୁ ପ୍ରଥମ ରୁଟି ଗାଈ ପାଇଁ ବାହାର କରି ରଖନ୍ତୁ ଏବଂ ରାତିରେ ଶେଷ ରୁଟି ଟି କୁକୁର ପାଇଁ ବାହାର କରି ରଖନ୍ତୁ । ସବୁଦିନ ଗାଈ ଓ କୁକୁରକୁ ରୁଟି ଖାଇବାକୁ ଦେଲେ ଘରେ କଳହ ଲାଗେ ନାହିଁ । ରାହୁ କେତୁଙ୍କୁ ଶାନ୍ତି କରାଇବା ପାଇଁ ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ କେତୁଙ୍କ ସ୍ଥିତି ଆପଣଙ୍କୁ ହଇରାଣ କରୁଛି ବା ସେହି ସ୍ଥିତିକୁ ଆପଣ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁଦିନ ରାତିରେ ଶେଷ ରୁଟିରେ ସୋରିଷ ତେଲ ଲଗାଇ କଳା କୁକୁରକୁ ଖୁଆଇ ଦିଅନ୍ତୁ । ଏମିତି ୧୫ ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଘରେ ସୁଖ ଶାନ୍ତି ଲାଗି ରହିବ ।
ପିତୃ ଦୋଷରୁ ମୁକ୍ତି ପାଇଁ –
ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଅମାବାସ୍ୟା ରାତିରେ ସର୍ବ ପ୍ରଥମେ ରୁଟି ତିଆରି କରନ୍ତୁ ଏହାପରେ ଖିରି ତିଆରି କରନ୍ତୁ । ଏହାପରେ ସେହି ରୁଟିକୁ ଖିରୀ ସହ ଗୁଡ଼ାଇ କୁଆକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ପିତୃ ଦୋଷରୁ ମୁକ୍ତି ପାଇବେ ।
ଶାଶୁ ବୋହୂର ଭଲ ସମ୍ପର୍କ ପାଇଁ –
ଶାଶୁ ବୋହୁର ସମ୍ପର୍କକୁ ମଜବୁତ କରିବା ପାଇଁ ଶନିବାର ଦିନ ଏହି ଉପାୟ କରନ୍ତୁ । ଶନିବାର ଦିନ ଯେଉଁ ରୁଟି କରିବେ ପ୍ରଥମେ ରୁଟିରେ ନିଜ ଶାଶୁର ନାମ କଳା କାଳିରେ ଲେଖି ଦିଅନ୍ତୁ । ଏହାପରେ ସେହି ରୁଟିକୁ କଳା କୁକୁରକୁ ଖୁଆଇ ଦିଅନ୍ତୁ । ଏହା ଦ୍ୱାରା ସମ୍ପର୍କ ଭଲ ରହିବ ।
ଛୁଆଙ୍କ ଉପରେ ଖରାପ ନଜର ଲାଗିଲେ ଏହି ଉପାୟ କରନ୍ତୁ –
ବହୁତ ଥର ଏମିତି ହୁଏ କି ଛୁଆମାନଙ୍କୁ ନଜର ଲାଗିଯାଇଥାଏ । ସେଥିପାଇଁ ଗୋଟେ ରୁଟି ନିୟନ୍ତୁ ଏହା ଉପରେ ଗୁଡ ରଖି ତାକୁ ପିଲା ଉପରେ ୧୧ ରୁ ୨୧ ଥର ବୁଲାଇ ଆଣନ୍ତୁ । ଏହାପରେ ସେହି ରୁଟି କୌଣସି କୁକୁରକୁ ଖୁଆଇ ଦିଅନ୍ତୁ । ଏହାଦ୍ୱାରା ଖରାପ ନଜର ଦୋଷ ସମାପ୍ତ ହୋଇଯିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା