Health ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ ମସଲା.. ସମୃଦ୍ଧ ଓଡିଶା July 17, 2020 1 min read Share this:FacebookX ଆସନ୍ତୁ ଜାଣିବା ବ୍ରେଡ ମସଲା ପ୍ରସ୍ତୁତ ପ୍ରଣାଳୀ —- ଆବଶ୍ୟକ ସାମଗ୍ରୀ : ୪ଟା ବ୍ରେଡ ସ୍ଲାଇସ, ତେଲ, ଅଧା କପ୍ ମଇଦା, ୧/୪ କନଫ୍ଲାଓ୍ଵାର, ଅଧା ଚାମଚ ଅଦା ରସୁଣ ପେଷ୍ଟ,୧ ଚାମଚ ଲଙ୍କାଗୁଣ୍ଡ, ଅଧା ଚାମଚ ଧନିଆ ପାଉଡର, ଅଧା ଚାମଚ ଗରମ ମସଲା, ୧/୪ ଚାମଚ ହଳଦୀ ପାଉଡର, ୧ ଟେବୁଲସ୍ପୁନ ଟମାଟୋ ସସ୍, ଲୁଣ ସ୍ୱାଦୁନସାରେ, ଚିଲି ସସ୍, ଅଳ୍ପ ଟିକେ ସୋରିଷ, ଟିକେ ଅଦା, ୩ ପାଖୁଡା ରସୁଣ, ୩ଟି କଞ୍ଚାଲଙ୍କା ଏବଂ ଭୃସଙ୍ଗ ପତ୍ର କିଛି, ଗୋଲମରିଚ ଗୁଣ୍ଡ, କାଜୁ ଟିକେ, ଧନିଆପତ୍ର । ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବ୍ରେଡ ମସଲା ପ୍ରସ୍ତୁତ କରିବା ପାଇଁ ବ୍ରେଡର ଚାରିପାଖ କାଟି ଦିଅନ୍ତୁ । ଏହାପରେ ସବୁ ମସଲା ଜିନିଷକୁ ଭଲ ଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ କଢେଇରେ ଅଳ୍ପ ତେଲ ପକାଇ କାଟିଥିବା ବ୍ରେଡକୁ ମସଲା ପେଷ୍ଟରେ ଭଲ ଭାବେ କୋଟିଂ କରି ଗରମତ ତେଲରେ ଛାଣିଦିଅନ୍ତୁ । ତା’ ପରେ ଛୁଙ୍କ କରିବା ପାଇଁ ଏକ କଢେଇରେ ଏକ ଚାମଚ ତେଲ ଗରମ କରିବା ପରେ ସୋରିଷ, ଛୋଟ ଛୋଟ କଥା ହୋଇଥିବା ଅଦା ରସୁଣ ପକାଇ ଅଳ୍ପ ଭାଜି ଦିଅନ୍ତୁ । ଏଥିରେ ଲଙ୍କା ଏବଂ ଭୃସଙ୍ଗ ପତ୍ର ପକାଇ ୧ ମିନିଟ ଭାଜନ୍ତୁ । ଚିଲି ସସ୍, ଗୋଲମରଚ ଗୁଣ୍ଡ ଏବଂ ପାଣି ଦେଇ ଛଣା ହୋଇଥିବା ବ୍ରେଡକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ ଏବେ ଧନିଆପତ୍ର କଟା ଏବଂ କାଜୁ ଦେଇ ପରଷନ୍ତୁ । Like this:Like Loading... Continue Reading Previous: ଦୀର୍ଘ ୧୬ଦିନ ପରେ ଅଭିନେତା ସବ୍ୟସାଚୀଙ୍କ ଉଦ୍ୟମରେ ଓଡ଼ିଶାରେ ପହଞ୍ଚିଲା ଓଡ଼ିଆ ଶ୍ରମିକଙ୍କ ମୃତ ଦେହ…Next: ଲକ୍ଡାଉନ କଟକଣା ସମ୍ପର୍କରେ ସୂଚନା ଦେଲେ କମିଶନର… Related Stories 2 min read Bhubaneswar Health Important News ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସଶକ୍ତ କରିବା ପାଇଁ ଟେଲି ମେଡିସିନ୍ ସମ୍ପର୍କିତ ସମୀକ୍ଷା ବୈଠକ ସମୃଦ୍ଧ ଓଡିଶା February 10, 2025 1 min read Bhubaneswar Health Top News ଖଜୁରିଆକଟାରେ ସ୍ୱେଛାକୃତ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ ସମୃଦ୍ଧ ଓଡିଶା January 23, 2025 1 min read Bhubaneswar Current Topic Health ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କଣାସ ଗସ୍ତ: ଡାଇରିଆ ଚିକିତ୍ସା ପରିଚାଳନାର ମୂଲ୍ୟାଙ୍କନ ଓ ସମୁଚିତ ପରାମର୍ଶ ସମୃଦ୍ଧ ଓଡିଶା January 22, 2025