ଘାଇଲା କଲାଣି ତାତି : ବାରମ୍ବାର ବିଦ୍ୟୁତ୍ କାଟ୍‌ ଯୋଗୁଁ ଜନ ଅସନ୍ତୋଷ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ସାଧାରଣ ଜୀବନକୁ ଘାଇଲା କରିସାରିଲେଣି । ଏଭଳି ସମୟରେ ବାରମ୍ବାର ପାୱାର କଟ୍‌ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି। ଏପରି ସମୟରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଖାମଖିଆଲି ମନ୍ତ୍ରବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଲଣ୍ଠନ ଓ ବିଞ୍ଚଣା ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଶକ୍ତି ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି । ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ବିଦ୍ୟୁତ କାଟ୍ ହେଉଛି ବୋଲି ତାଙ୍କ ସଚିବ କହୁଛନ୍ତି, ହେଲେ ମନ୍ତ୍ରୀ କହୁଛନ୍ତି ପାୱାର କାଟ ହେଉ ନାହିଁ । ବାରମ୍ବାର ପାୱାର କାଟ ହେଉଥିବାରୁ ମୁଖ୍ୟଶାସନ ସଚିବ ହାଇ ଲେବେଲ ମିଟିଂ ଡାକୁଥିବା ବେଳେ ମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି । ସାଧାରଣ ଲୋକ ଗରମରେ ଛଟପଟ ହେଉଥିବାବେଳେ ମନ୍ତ୍ରୀ ତାଙ୍କ ସପକ୍ଷରେ ନ ଯାଇ ଟାଟା କମ୍ପାନୀ ସପକ୍ଷରେ ଯାଉଛନ୍ତି। ଟାଟା କମ୍ପାନୀ ଓ ମନ୍ତ୍ରୀ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି। ଲୋକମାନେ ଗରମରେ ଛଟପଟ ହେଉଥିବା ବେଳେ ମନ୍ତ୍ରୀ ବେଫିକର ହୋଇ ତାଙ୍କ ବାସ ଭବନରେ ଶୋଇପଡ଼ିଛନ୍ତି। ପାୱର କାଟ୍‌କୁ ବନ୍ଦ କରାଯାଉ ନଚେତ ପ୍ରତାପ ଦେବ ମନ୍ତ୍ରୀ ହେବାକୁ ଅଯୋଗ୍ୟ ତେଣୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ ଦେଉଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ଭଳି ଜଣେ ରାଜା ଶକ୍ତିମନ୍ତ୍ରୀ ଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଥିଲା । ଲୋକେ ବହୁତ ଅସନ୍ତୋଷ ହେଲେ। ମୁଖ୍ୟମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଶକ୍ତିମନ୍ତ୍ରୀ କଲେ । ସେ ଶକ୍ତି ମନ୍ତ୍ରୀ ଥିବା ଯାଏଁ ପାୱାର କାଟ କେବେ ବି ହୋଇନାହିଁ । ତେଣୁ ଇଚ୍ଛା ଥିଲେ ଉପାୟ ଅଛି । ରାଜା ଯଦି ଗୋଜା ଭଳି କାର୍ଯ୍ୟ କରିବେ ପ୍ରଜା ଅସୁବିଧା ଭୋଗିବେ ଏଥିରେ ସନ୍ଧେହ ନାହିଁ ।

ରିପୋର୍ଟ : ପ୍ରଭାତ କୁମାର ବେହେରା