ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାତ୍ର ଠାରୁ ହିଁ ବର୍ଷା ଲାଗିରହିଛି । ଯାହାକୁ ନେଇ ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ମଧ୍ୟରାତ୍ରିରୁ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ପାଣିପାଗ ସୂଚନା ବିଭାଗର ଅନୁସାରେ ଆହୁରି ଦୁଇ ଦିନ ବର୍ଷା ଲାଗିରହିବ । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାର ୭ ଟି ଯାକ ବ୍ଲକର ବିଡିଓଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନି ଜିଲ୍ଲା ଗଜପତି, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୩ନଂ ୱାର୍ଡ ସ୍ଥିତ ସାମୁଟିଆ ସାହି ନଦିଆତଟା ସାହି ଭଣ୍ଡାରୀ ସାହି ଟ୍ରେନିଂ ସ୍କୁଲ ରୋଡ ସହରର ତଳ ଭାଗରେ ରହିଥିବାରୁ ବର୍ଷା ହେଲେ ପାଣି ଜମି ରହିବ ସହ ଘର ଭିତରେ ପଶିବାରୁ ସାହି ବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏହି ସାହିରେ ବର୍ତମାନ ସୁଦ୍ଧା ୫ ଜଣ ଡେଙ୍ଗୁ ରୋଗୀ ବାହାରିଥିବା ବେଳେ ଗତକାଲି ନଦିଆତଟା ସାହି ର ସନୁ ମହାରଣା ନାମକ ଜଣେ (୧୬ ବର୍ଷ) ବ୍ୟକ୍ତି ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବର୍ତମାନ ଶ୍ରୀକାକୁଲମରେ ଚିକିତ୍ସିତ ହେଉଥିବା ଜଣାପଡିଛି ତଥାପି ପୌରପରିସଦ ତରଫରୁ କୌଣସି ସଫେଇ କାର୍ଯ୍ୟ ବି ହେଉନାହିଁ ବୋଲି ସ୍ଥାନୀୟ ଲୋକ ଓ ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା ଅଭିଯୋଗ କରିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା