ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଗୋଡାହାଡ ଜଳସେଚନ ବିଭାଗ ପକ୍ଷରୁ ଆଗାମି ଲଘୁଚାପ ବର୍ଷାକୁ ଆଖିଆଗରେ ରଖି ଯାରି କରିଛି ସତର୍କ ସୂଚନା । ଘୋଡାହାଡ କେନାଲ ପ୍ରବାହିତ ତଳିଅଞ୍ଚଳ ଗଡ ଟିକରପଡା, ବୋରିପଦର, କଇଠଖଣ୍ଡି ପନାଡ, ତଲାସିଙ୍ଗି, ମଧୁବନ, ଜକମେରିପଲ୍ଲି, ଜଲମେରିପଲ୍ଲି, ଗୁମ୍ମା, ମୌଳାଭଣଜା, ତିଳେସ୍ୱର, ଆମ୍ବଗାଁ, ନୁଆଁଗଡ, ମହାନଳା, ପଲାସପୁର , ପାଟପୁର, ଭୋଇପଲ୍ଲି ଇତ୍ୟାଦି ଗ୍ରାମର କୋଠଘର ଏବଂ ଗ୍ରାମପଞ୍ଚାୟତ ଗୁଡିକରେ ସତର୍କ ସୁଚନା ଲଗା ଯାଇଛି । ଘୋଡାହାଡ ଡ୍ୟାମର ଜଳ ଧାରଣ କ୍ଷମତା ୧୧୭.୮୦ ମିଟର ରହଥିବା ବେଳେ ବର୍ତ୍ତମାନ ସୁଧା ୧୧୬.୯୦ ଲିଟର ଗଛିତ ରହିଛି । ଲଘୁଚାପ ଜନିତ ଅଧିକା ବର୍ଷା କାରଣରୁ ଘୋଡାହାଡ ଡ୍ୟାମର ସୁରକ୍ଷା ଦୃଷ୍ଟିରୁ ଯେ କୌଣସି ମୁହୁର୍ତ୍ତରେ ଜଳ ନଦିକୁ ନିସ୍କାସନ କରାଯାଇପାରେ । ତେଣୁ ଏହି ସମୟରେ କୌଣସି ଲୋକ କିମ୍ବା ଚରାଇବା ବାହାନାରେ ଗୃହପାଳିତ ପଶୁ ମାନଙ୍କୁ ନେଇ ନଦି ତଟକୁ ଯିବାକୁ ବାରଣ କରାଯାଇଛି । ତେଣୁ ଘୋଡାହାଡ ଜଳ ସେଚନ ପକ୍ଷରୁ ସତର୍କ ସୂଚନା ଯାରି ରହିଛି ବୋଲି ଘୋଡାହାଡ ଉପଖଣ୍ଡ କାର୍ଯ୍ୟାଳୟର ସହକାରି ଉପନିର୍ବାହି ଯନ୍ତ୍ରୀ ଏ.ଗୋପାଳ ରାଓ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା