ଘୋର ଅବ୍ୟବସ୍ଥା ଘେରରେ ପାରଳାଖେମୁଣ୍ଡି ମୁଖ୍ୟଚିକିତ୍ସାଳୟ: ଚିକିତ୍ସକଙ୍କ ମନମୁଖୀ ସେବାରେ ଲୋକେ ଅସନ୍ତୋଷ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଚିକିତ୍ସକମାନଙ୍କ ମନମୁଖୀ ସେବାରେ ଲୋକେ ଅତିଷ୍ଠ ହୋଇ ପଡିଲେଣି ତଥାପି ଉଚକତୃପକ୍ଷକଙ୍କ ନିଦ ଭାଙ୍ଗୁ ନ ଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।ପାରଳାଖେମୁଣ୍ଡି ମୁଖ୍ୟଚିକିତ୍ସାଳୟରେ ଠିକ ଭାବେ ଚିକିତ୍ସା କରାଯାଉ ନ ଥିବା ଅଭିଯୋଗ ହେଉଛି । ଚିକିତ୍ସକମାନେ ଖାମଖିଆଲ ଭାବେ ଚିକିତ୍ସା କରୁଥିବାରୁ ରୋଗୀମାନେ ଅସନ୍ତୋଷ ହୋଇ ବିଶାଖାପାଟଣା ମୁହାଉଁଥିବା ଦେଖିବାକୁ ମିଳୁଛି । ଗାଇବା ଗ୍ରାମ ର ଜଣେ ରୋଗୀ ଙ୍କ ପୁଅ ଲକ୍ଷ୍ମୀକାନ୍ତ ଜେନାଙ୍କ ମାଆଙ୍କ ଦେହ ଖରାପ ହେବାରୁ ମାଆଙ୍କୁ ନେଇ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର,ନର୍ସିମାନଙ୍କ ସେବା ଓ ବ୍ୟବହାରରେ ଉଦବେଗ ପ୍ରକାଶ କରିଥିଲେ । ଠିକ ଭାବେ ଚିକିତ୍ସା କରାଯାଉ ନ ଥିବା ଓ ଦୁର୍ବ୍ୟହାର କରି ରୋଗୀଙ୍କୁ ହତୋତ୍ସାହ କରାଯାଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ରୋଗୀମାନେ ଗାଧେଇବା ପାଈଁ କିମ୍ବା ପିଇବା ପାଇଁ ପାଣି ନ ଥିବା ଜଣାଇଛନ୍ତି । ପାରଳାଖେମୁଣ୍ଡିରେ ପାଖାପାଖି ୪୫ ଡିଗ୍ରୀ ତାପମାତ୍ରା ରହୁ ଥିବା ବେଳେ ଚିକିତ୍ସାଳୟରେ ରୋଗୀ ପିଇବା ପାଇଁ ମୁନ୍ଦେ ପାଣି ପାଉ ନ ଥିବା ଘୋର ଉଦବେଗର କାରଣ ବୋଲି ଅଭିଯୋଗ ହୋଇଛି । ଡାକ୍ତରମାନେ ତାଙ୍କ ରୁମରେ ଏସିରେ ରହୁଥିବା ବେଳେ ରୋଗୀଙ୍କ ପାଖରେ ପଙ୍ଖା ଟି ବି ନାହିଁ । ଡାଇଲେଇସ ବିଭାଗଟି ଉଦଘାଟନ ହେବା ପରଠୁ ବନ୍ଦ ହୋଇ ପଡି ରହିଛି । ଘୋର ଅବ୍ୟବସ୍ଥା ଘେରରେ ମୁଖ୍ୟ ଚିକିତ୍ସାଳୟଟି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା