ଚତୁର୍ଥ ତମ ଶବର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଳଲହଡ଼ା(ସମୃଦ୍ଧଓଡିଶା)ପାଳଲହଡ଼ା ବ୍ଲକ ଇଶ୍ଵରନଗର ପଞ୍ଚାୟତ ସମ୍ବଳ ଖେଳ ପଡ଼ିଆ ଠାରେ ତିନି ଦିନ ଧରି ଆଖ ପାଖ ଅଞ୍ଚଳ ର 16 ଟି ଦଳ କୁ ନେଇ ଚାଲିଥିବା ଶବର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ଦିବସ ରେ ବି ଏମ୍ ଡବ୍ଲୁ କ୍ଲବ କାଦଡିହା ଓ ସମ୍ବଳ ମଧ୍ୟରେ ଆୟୋଜିତ ହୋଇଥିଲା ନିର୍ଦ୍ଧାରିତ ସମୟରେ ଗୋଲ ଶୂନ୍ୟ ହୋଇ ଥିବାରୁ ଟ୍ରାଇବେକର୍ ରେ ସମ୍ବଳ ଦଳ 5-4 ଗୋଲ ରେ ହରାଇ ଚମ୍ପିୟାନ ହୋଇଥିଲା। ଫାଇନାଲ ଦିବସ ରେ ମୁଖ୍ୟ ଅତିଥି ଭାବରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ସମ୍ମାନୀୟ ଅତିଥି ଭାବରେ ସାଂସଦ ଙ୍କ ପ୍ରତିନିଧି ତନ୍ମୟ ସାହୁ,ଇଶ୍ଵରନଗର ସରପଞ୍ଚ ହୃଦାନନ୍ଦ ସାହୁ, ନିଯିଗଡ ସରପଞ୍ଚ ଶଶିଭୂଷଣ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବରେ ବରିଷ୍ଟ ବିଜେପି ନେତା ଲିଙ୍ଗରାଜ ଦାସ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *