

ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ଲକ ଘଡଘଡାପାଲ୍ଲୀରେ ଚମାଖଣ୍ଡି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା । ବୈଠକରେ ଯେତେବେଳେ ଯେଉଁ ସମସ୍ୟା ଦେଖାଦେବ ତାହା ନିସଙ୍କୋଚ ଭାବେ ପୋଲିସକୁ ଜଣାଇବାକୁ ଜନସାଧାରଣମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ପଞ୍ଚାୟତ ସରପଞ୍ଚ ରେବତୀ ପ୍ରଧାନ, ସମିତି ସଭ୍ୟ ସୁଷମା ସେଠି, ଆମ ପୋଲିସ ସମିତିର ସଦସ୍ୟ ସିଏଚ.ସୁଧାକର ରେଡ୍ଡୀ, ବି. ଚନ୍ଦ୍ରମଣୀ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି. ସୁଦାମ, ଡିଲେଶ୍ଵର ରେଡ୍ଡୀ, କେ.ମୋହନ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା