ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ନିକଟସ୍ଥ ମାଁ ଉଜ୍ଜ୍ୱଳଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଚମାଖଣ୍ଡି ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ସିଏଚ୍.ବିକ୍ରମ ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ଓବିସି ସେଲ୍ ର ସଭାପତି ତଥା ଜିଲ୍ଲା କଂଗ୍ରେସର ଉପସଭାପତି ସିଏଚ୍. ତ୍ରିଲୋଚନ ରେଡ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଂଗଠନକୁ ମଜବୁତ୍ କରିବା ସହ ଆସନ୍ତା ସାଧାରଣ ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ୨୦ ନମ୍ବର ଜୋନ୍ ମଣ୍ଡଳ ସଭାପତି ଜି.ଏରେୟା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ମୁଦ୍ରା ଦୁଇପାର୍ଶ୍ଵ ଭଳି କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ପୁଞ୍ଜିପତିମାନଙ୍କ ହୋଇଥିବା ବେଳେ ରାଜ୍ୟ ସରକାର ଆଗକୁ ନିର୍ବାଚନ ପରିପ୍ରେକ୍ଷୀରେ ଯୋଜନା ଗୁଡିକ ଘୋଷଣା କରୁଛନ୍ତି ସିନା ମାତ୍ର କୈାଣସି କାର୍ଯ୍ୟକାରୀ ହେଉନାହିଁ ବୋଲି ଜି.ଏରେୟା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ସୁରେନ୍ଦ୍ର ସେଠୀ, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁଧୀର କୁମାର ବିଶ୍ୱାଳ, କିଷାନ ବ୍ଲକ ସଭାପତି ଏସ୍.ଲାଛମେୟା ରେଡ୍ଡି, ୨୧ ନମ୍ବର ଜୋନ୍ ମଣ୍ଡଳ ସଭାପତି କେ.ଦେବରାଜ ପାତ୍ର, ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ଓ ଟି.କ୍ରିଷ୍ଣା ରେଡ୍ଡି, ଗଣପତି ବାରିକ, କେ.ନୀଳାମ୍ବର, ସିଏଚ୍.ଭଗବାନ, ଏମ୍.ହାଡୁ ରେଡ୍ଡି, ଏନ୍.ମୋହନ ରେଡ୍ଡି, ପି.ଦୁର୍ଯ୍ୟୋଧନ ରେଡ୍ଡି, ସିଏଚ୍.ଇଶ୍ୱର ରେଡ୍ଡି, ସିଏଚ୍.ତୁମ୍ବନାଥ ରେଡ୍ଡି, କେ.କ୍ରିଷ୍ଣା ରେଡ୍ଡି, ବି.ସୋମେୟା ପ୍ରମୁଖ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା