ଚାର୍ଜସିଟ୍‌ ଦାଖଲ ନ ହେବାରୁ ପୋଲିସ-ଓକିଲ ବିବାଦ ଶୁଣାଣି ଘୁଞ୍ଚିିଲା ୧୫କୁ …

କଟକ (ସମୃଦ୍ଧ ଓଡିଶା) ପୁଲିସ-ଆଇନଜୀବୀ ବିବାଦର ଆଜି ବି ଶୁଣାଣି ହୋଇ ପାରିଲାନାହିଁ । ହାଇକୋର୍ଟ ଆଜି ପୁଲିସ ଆଇନଜୀବୀ ବିବାଦର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ଅଧିକ ସମୟ ମାଗିଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ ଯେ ପୁଲିସ- ଆଇନଜୀବୀ ବିବାଦରୁ ରାଜ୍ୟର ନ୍ୟାୟିକ ପ୍ରକ୍ରିୟାରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଛି । ତେଣୁ ମାମଲାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ପାଇଁ ଅଧିକ ସମୟ ଚାହିଁବା ସହ ଆଜି ହାଇକୋର୍ଟରେ ଚାର୍ଜସିଟ ଦାଖଲ କରି ପାରି ନ ଥିଲେ । ଅପରପକ୍ଷେ ଗତକାଲି ହାଇକୋର୍ଟ ବାର ଆସୋସିଏସନ ବୈଠକ ବସି ଥିଲା ଓ ଏହା ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ମାତ୍ର ହାଇକୋର୍ଟ ବାର ଆସୋସିଏସନ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନ ଥିଲା ।

ରିପୋର୍ଟ : ପ୍ରସନ୍ନ ପଟ୍ଟନାୟକ