ଚାଷୀଙ୍କ ପାଇଁ ଅନିର୍ଦ୍ଧିଷ୍ଟକାଳ ସଂଗ୍ରାମଜାରି : ଚାଷୀଙ୍କୁ ପେନସନ ନ ଦେଲେ ଭୋଟ ବକ୍ସ ବସିବ ନାହିଁ : ଅକ୍ଷୟ କୁମାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାର ସମସ୍ତଙ୍କ କଥା ବୁଝୁଛନ୍ତି ହେଲେ ଚାଷୀଙ୍କୁ ଉତ୍ପାଦିତ ଦ୍ରବରେ ଉଚିତ ମୂଲ୍ୟ ଓ ସୁରକ୍ଷାଭର୍ତ୍ତା ଦେଲାବେଳକୁ ନାହି ଗଡାଉଛନ୍ତି , ଅର୍ଥର ଆବଶ୍ୟକତା କଥା ଉଠୁଛି ଅର୍ଥ ସଙ୍କଟ କଥା ଉଠୁଛି । ଅର୍ଥନୀତି ଉପରେ କୁପ୍ରଭାବ ପଡିବ ବୋଲି କୁହାଯାଉଛି । ହେଲେ କରପୋରେଟ ଇନସେଣ୍ଟୀଜ ଓ ସମସ୍ତ ବେତନ ଅର୍ଥ ଦେଲା ବେଳକୁ ଏକଥା କେହି କହୁନାହାନ୍ତି । ଦେଶରେ ବ୍ୟବସ୍ଥାର ବଡ ବିଭ୍ରାଟ ଦେଖାଦେଲାଣି । ସମ୍ପୂର୍ଣ୍ଣ ବ୍ୟବସ୍ଥା ପରିବର୍ତ୍ତନ ସହ ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ଚାଷୀ ପେନସନ ପାଇଁ ଜାନୁୟାରୀ ୩୧ ପରେ ମହାସମର ହେବ । ସରକାର ଚାଷୀ କଥା ବୁଝିବେ ନ ହେଲେ ଚାଷୀଙ୍କ କଥା ବୁଝିବେ । ଆବଶ୍ୟକ ପଡିଲେ ଏଥର ଚାଷୀ ଭୋଟ ବକ୍ସ ଗାଁରେ ବସେଇଦେବେ ନାହିଁ । ଏହି ମର୍ମରେ ସ୍ମୁଗେୟ ସଂଗଠନମାନେ ସଂକଳ୍ପ କରିଛନ୍ତି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶାସକଦଳ ବିରୁଦ୍ଧରେ ହଟୋହଳ ସୃଷ୍ଟି ହୋଇଛି ତାର ନେତୃତ୍ୱ ନେଇଛନ୍ତି ଚାଷୀ । ଚାଷୀ କପୋର୍ରେଟ ଓ କର୍ମଚାଷୀଙ୍କର ରାଜନୈତିକ ଭୋଟ ପାର୍ଟି କରିଦେଇପାରେ ବୋଲି ପ୍ରମାଣ ମିଳିଛି । ଏଥର ଓଡ଼ିଶାରେ ଛତିଶଗଡ଼ ପରିସ୍ଥତି ସୃଷ୍ଟି ହେବ ବୋଲି ସତର୍କ କରାଇ ଦେଇଥିଲେ । ରାଜ୍ୟ ସହଯୋଗଙ୍କ ଉମାକାନ୍ତ ଭାରତ ତାଙ୍କ ବକ୍ତବ୍ୟରେ କହିଲେ ଯେ ଚାଷୀମାନେ ବିଜେପି, ବିଜେଡି ପଛରେ ନ ଧାଇଁ ନିଜେ ଯଦି ସଂଗଠିତ ହେବେ ତେବେ ସେମାନଙ୍କର ଦାବି ଆଗରେ ହାସଲ ହୋଇପାରିବ । ଗଞ୍ଜାମ ପ୍ରଭାରୀ ସଚିନ୍ମୟ ମହାପାତ୍ର ତାଙ୍କ ବ୍ୟକ୍ତବ୍ୟର କହିଲେ ଯେ ଅନ୍ୟ ଉନ୍ନତି ଦେଶରମାନଙ୍କରେ ଚାଷୀ ଏଭଳି ଅତ୍ୟାଚାରିତ ହୋଇ ଅର୍ମହତ୍ୟା କରୁ ନାହିଁ । ନବୀନ ପଟ୍ଟନାୟକଙ୍କର ଦିନ ଚାଷୀ ଉପେକ୍ଷା ବଳଦେଓ ଏବେ ଚାଷୀ ନବଗତ ଉପେକ୍ଷା କରିବାର ସମୟ ଆସିଛି । ଅନ୍ୟତମ ସଂଗଠନ ଦିନେଖ ଦାସ ଓ ବାବୁ ଅମିନ ମହମ୍ମଦ ସନ୍ତୋଷ ସାହୁ ପ୍ରମୁଖ ଜିଲ୍ଲାରେ ସଙ୍ଗଠନକୁ ଶକ୍ତିଶାଳୀ କଲବାସନ୍ଦ ୫୦୦୦୦ ସଭ୍ୟ ସଂଗ୍ରହ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଶାନ୍ତି, ରମେଶ ଚନ୍ଦ୍ର କର, ସୁଦର୍ଶନ ପାତ୍ର, କୈଳାସ ପାତ୍ର, ସୁବାସ ସାହୁ, ଅକ୍ଷୟ ନାହାକ, ସନ୍ତୋଷ ମଲ୍ଲିକ, ସନ୍ତୋଷ ସାହୁ, ଅକ୍ଷୟ ପାତ୍ର, ପଦ୍ମଚରଣ ବୈଦ୍ୟ, ପଙ୍କଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ ଓ ଜିଲ୍ଲା ସଙ୍ଗଠନରେ ବିସ୍ତାର ପାଇଁ ୫୦ ଚାଷୀ ସଂକଳ୍ପ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା