ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ଓ ବିଦ୍ୟୁତ୍ ବିଲ-୨୦୨୦କୁ ବିରୋଧ କରି କୃଷକ ମାନେ ଖୋଲା ଆକାଶ ତଳେ ଦିଲ୍ଲୀ ସୀମାରେ ବିକ୍ଷୋଭରେ ବସିଛନ୍ତି । ନଭେମ୍ବର ୨୬ରୁ ବିକ୍ଷୋଭ ଚାଲିଥିବା ବେଳେ ପ୍ରବଳ ଶୀତ ଯୋଗୁଁ କୃଷକମାନଙ୍କୁ ସହିଦ୍ ହେବାକୁ ପଡୁଛି । ଇତିମଧ୍ୟରେ ୨୫ ଦିନ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଜିଦ୍ଖୋର ମନବୃତ୍ତି ଯୋଗୁଁ ୩୧ଜଣ ଚାଷୀ ପ୍ରାଣତ୍ୟାଗ କରି ସହିଦ୍ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଅଗ୍ରୱାଲା ଛକ ନିକଟରେ ଆଜି ରବିବାର ପୂର୍ବାହ୍ନରେ କୃଷକ ସଂଘର୍ସ ସମନ୍ୱୟ ସମିତି ପକ୍ଷରୁ ଏକ ଜାତୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ବସନ୍ତ ଦାସଙ୍କ ସଭାପତିତ୍ୱରେ ଶିତାଂଶୁ ସେନାପତି, ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ,ମନୋରଂଜନ ଦାସ, ଅକ୍ଷୟ ମିଶ୍ର, ଡ. ଅଜିତ୍ ମହାନ୍ତି, ରବିନ୍ଦ୍ର ବାରିକ, ଦିଲ୍ଲୀପ ପରିଡା, ପଲଟୁ ଦାସ, ନିରୋଜ ବେହେରା, ସେକ୍ ଅବଦୁଲ ସାଦିକ୍, ନରେନ୍ ସିଂହ, କେଦାର ସାମଲ, ବିଜୟ ବେହେରା, ବିମଳ ଦାସ, ଘନଶ୍ୟାମ ଭୂୟାଁ, ଗୌରାଙ୍ଗ ସିଂହ ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ରଖିଥିଲେ । ପ୍ରଥମେ ସହିଦ୍ ବେଦୀରେ ପୁଷ୍ପମାଲ୍ୟ ଦେବାପରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।